Latest Odisha News

BREAKING NEWS

ପାରାଦୀପରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଧୂମ ଧାମରେ ପାଳିତ ହୋଇଯାଇଛି ୭୨ ତମ ସାଧାରଣତନ୍ତ୍ର ଦିବସ।

କରୋନା କଟକଣା ଯୋଗୁଁ ଚଳିତ ବର୍ଷ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିନଥିଲେ ମଧ୍ୟ ଏହି ଦିବସକୁ ସମସ୍ତ ବର୍ଗର ଲୋକେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିଛନ୍ତି।

ପାରାଦୀପ ବନ୍ଦର ବଣିକ ସଂଘର କାର୍ଯ୍ୟାଳୟ ପରିସରରେ ବଣିକ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ସେହିପରି ପାରାଦୀପ ବନ୍ଦର ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବନ୍ଦରର କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ସେହିପରି ପୂର୍ବ ଭାରତ ତୈଳବିଶୋଧନାଗାର ଶ୍ରମିକ ସଙ୍ଗ କାର୍ଯ୍ୟାଳୟ ପରିସରରେ ସଙ୍ଘର ସମ୍ପାଦକ ରଞ୍ଜନ କୁମାର ପଲାଇ ଙ୍କ ଦ୍ୱାରା ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଛି।

ପାରାଦୀପ ପୌରପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର ରାଉତରାୟ ପତାକା ଉତ୍ତୋଳନ କରିଥିବା ବେଳେ, ପାରାଦ୍ବୀପ ବିଜୁ ମେମୋରିଆଲ ଟ୍ରଷ୍ଟ , ଆଇଓସିଏଲ, ଇଫକୋ ଓ ପିପିଏଲ୍ ପ୍ରଭୁତି କାରଖାନା ମାନଙ୍କରେ ମଧ୍ୟ ୭୨ ତମ ସାଧାରଣତନ୍ତ୍ର ଦିବସ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.