Latest Odisha News

BREAKING NEWS

ଭଲ ଖବର: ରାଜ୍ୟରେ ଶହେ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ଟିକାକରଣ ବେଳେ ରାଜ୍ୟ ଦେଇଛି ଖୁସି ଖବର । ଶହେ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୮ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧ଟି ।

ମୋଟ୍ ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସଂକ୍ରମିତ ହୋଇଛନ୍ତି ଆଉ ୧୪ । ବାକି ୧୭ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କର କମ୍ ।

ଭଦ୍ରକ, ଗଜପତି, ଦେବଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼ରୁ କେହି ନୂଆ ପଜିଟିଭ୍ ବାହାରି ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୪ହଜାର ୫୨୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୧ହଜାର ୨୮୪ ସଂକ୍ରମିତ । ଏବେ ରାଜ୍ୟରେ ୧୨ଶହ ୮୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.