Latest Odisha News

କବିତା:ଆଜିର ଗଣତନ୍ତ୍ର

ସ୍ବାଧୀନତାର ଏତେ ବର୍ଷ ପରେ
ଟିକେ ଦେଖି ନେବାକି
ହିସାବ କିତାବ କରିବା
କେତେ ମାତ୍ରାରେ ସଫଳ ଆମ ଗଣତନ୍ତ୍ର?

ଜରି ପାଲର ଘର ଭିତରେ
ହନ୍ତ ସନ୍ତ ହୁଏ ଗଣତନ୍ତ୍ର

ଝୁମ୍ପୁଡି ହୋଟେଲରେ
ଦଶ ବର୍ଷ ପିଲା ହାତରେ
ଧୋଇ ହେଉଥାଏ ଗଣତନ୍ତ୍ର

ହଜାର ହଜାର ଝିଅଙ୍କ ଚିତ୍କାରରେ
ବଳି ପଡୁଥାଏ ଗଣତନ୍ତ୍ର

କାହାର କଣ ଯାଉଛି !
ନାଲି ଫିତା ତଳେ ଥାଉ ଗଣତନ୍ତ୍ର

ଜାନୁଆରୀ ଛବିଶରେ
ସଜେଇ ଦେବାର ଅଛି
ଖୁବ ସୁନ୍ଦର କରି ରାସ୍ତାଘାଟ
ଜୟ ଯବାନ ଜୟ କିଷାନର ସ୍ଲୋଗାନ
ଘୋଷିବାର ଅଛି

ଗୋଟିଏ ଦିନର ଗଣତାନ୍ତ୍ରିକ ବେଶ
ଗାନ୍ଧୀ ଟୋପିରେ , ଧଳା ପୋଷାକରେ
ଦେଶାତ୍ମବୋଧକ ଗାଇବାର ଅଛି ।

କାହାର ବେଳ ଅଛି ଆଉ
ନୀତି ନିୟମ ଲାଗୁ ହେବାର ଥିଲା
ହେଲା ,ବହୁତ ହେଲା
ଛାଡ଼ ସେସବୁ।

ଏବେ ଖୁବ ଶସ୍ତା ଗଣତନ୍ତ୍ର
ହାଟରେ ବାଟରେ ଗଡ଼ୁଥାଏ।
ଉଠିବାକୁ ଚେଷ୍ଟା କରୁଥାଏ
କିଛି ମୁଷ୍ଟିମେୟଙ୍କ ହାତରେ
ହାୟ , ବାରମ୍ବାର
ବଳି ପଡୁଥାଏ ଗଣତନ୍ତ୍ର ।

Leave A Reply

Your email address will not be published.