ନୂଆଦିଲ୍ଲୀ: ଆଜି ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ଏକ ନୂତନ ପରମ୍ପରା ।
ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୋଦୀ ଯୁଦ୍ଧ ସ୍ମାରକ ଯାଇ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ।
୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଥିବା ଅମର ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟ ପାଖରେ ୧୯୭୨ରେ ନିର୍ମାଣ କରାଯାଇଥିଲା। ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଯୁଦ୍ଧ ସ୍ମାରକ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।
Comments are closed.