Latest Odisha News

BREAKING NEWS

ଆମେରିକାର ନିମ୍ନ ସଦନରେ ଟ୍ରମ୍ପଙ୍କ ରିପ୍ଲବିକାନ ପାର୍ଟିର ସଂଖ୍ୟା ଗରିଷ୍ଠତା ହାସଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2024 ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ଏହାରି ଭିତରେ ଆମେରିକାରେ ହୋଇଥିବା ମିଡଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟି ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ଫଳରେ ଜୋ ବାଇଡେନ ସରକାର ପାଇଁ ବିପଦର ଘଣ୍ଟି ବାଜିଛି ।

ଆଗାମୀ ଦିନରେ ଜୋ ବାଇଡେନଙ୍କୁ ବିଲ ପାସ କରିବାରେ ସମସ୍ୟା ସୃଷ୍ଟି ହେବ । ଗତ 8 ତାରିଖରେ ହୋଇଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଫଳ ପ୍ରକାଶ ପାଇବା ପରେ ଟ୍ରମ୍ପଙ୍କ ବଳ ବଢ଼ିଛି । ଆସନ୍ତା ମାସରେ ରିପବ୍ଲିକ୍ ପାର୍ଟି ସରକାରଙ୍କୁ ଅସୁବିଧାରେ ପକାଇବ ପାଇଁ ଚେଷ୍ଟା କରିବ । ନିମ୍ନ ସଦନର 435 ଆସନ ମଧ୍ୟରୁ ନିମ୍ନ ସଦନରେ 218ଟି ଆସନ ଜିତିଛି ରିପବ୍ଲିକ୍ ଦଳ । 212 ଆସନରେ ସ୍ଥିର ରହିଛି ଡେମୋକ୍ରାଟିକ ଦଳ ।

ଏହା ଜୋ ବାଇଡେନଙ୍କ ପ୍ରତି ଏକ ସମ୍ମାନହାନୀ ହୋଇଛି । ଏପରିକି ନିମ୍ନ ସଦନ ହାଉସ ଅଫ ରିପ୍ରେଜେଣ୍ଟେଟିଭସ ର ଅଧ୍ୟକ୍ଷ ଥିବା ନାନ୍ସି ପେଲୋସି ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଆଗାମୀ ପିଢ଼ୀ ପାଇଁ ସେ ନେତୃତ୍ବ ତ୍ୟାଗ କରିବାକୁ କହିଛନ୍ତି । ତେବେ ଉଚ୍ଚ ସଦନରେ 100 ଆସନ ଥିବାବେଳେ ଡେମୋକ୍ରାଟିକ ପାଖରେ 50 ସଦସ୍ୟଙ୍କ ସମର୍ଥନ ରହିଥିବା ବେଳେ  ରିପବ୍ଲିକ୍ ଦଳ ପାଖରେ 49 ସଦସ୍ୟଙ୍କ ସମର୍ଥନ ରହିଛି ।

Leave A Reply

Your email address will not be published.