ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । ‘ଭାରତରେ କୋଭିଡ୍ ଏମର୍ଜେନ୍ସୀ’ ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍ ଯୋଗାଣ କଥା ଉଲ୍ଲେଖ କରିଛି । କରୋନାର ସେକେଣ୍ଡ ଓ୍ୱେଭ ବେଳେ ଭାରତରେ ଅକ୍ସିଜେନକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଲାନସେଟ କହିଛି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି କିଛି ରାଜ୍ୟରେ ଅନାଚନ ସଂକ୍ରମଣ ବୃଦ୍ଧି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଲା । ହସ୍ପିଟାଲ ଭର୍ତ୍ତି ହୋଇଗଲା । ଶ୍ମଶାନରେ ଶେଷକୃତ୍ୟ ପାଇଁ ଜାଗା ବି ମିଳିଲା ନାହିଁ ।

ଦି ଲାନସେଟ୍ ନିଜ ସମ୍ପାଦକୀୟରେ ଓଡ଼ିଶାକୁ ତାରିଫ କରି କହିଛି, ଓଡ଼ିଶା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଥିଲା । ଉତ୍ତମ ପ୍ରସ୍ତୁତି କରିଥିଲା । ଅଧିକ ମେଡିକାଲ୍ ଅକ୍ସିଜେନ ଉତ୍ପାଦନ କଲା ଓଡ଼ିଶା । ଯେତେବେଳେ ସାରା ଦେଶରେ ଅକ୍ସିଜେନ୍ ସମସ୍ୟା ଥିଲା ଅନ୍ୟ ରାଜ୍ୟକୁ ବି ଓଡ଼ିଶା ଯୋଗାଣ କଲା ବୋଲି ଲାନସେଟ୍ କହିଛି । ଏହାସହ କେରଳକୁ ବି କରୋନା ମୁକାବିଲା ପ୍ରସ୍ତୁତି ନେଇ ପ୍ରଶଂସା କରିଛି ।

କେନ୍ଦ୍ର ସରକାରଙ୍କ କୋଭିଡ୍ ମୁକାବିଲା ପ୍ରସ୍ତୁତିକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ଦି ଲାନସେଟ୍ । ସେକେଣ୍ଡ ଓ୍ୱେଭ ଆସିବା ଓ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିଲେ ବି ଭାରତରେ ବଡ଼ ବଡ଼ ରାଜନୈତିକ ରାଲି ହେଲା । ଧାର୍ମିକ ପର୍ବପର୍ବାଣୀ ଭଳି ସୁପରସ୍ପ୍ରେଡର ଇଭେଣ୍ଟକୁ ସରକାର ଅନୁମତି ଦେଲେ ବୋଲି ଲାନସେଟ୍ କହିଛି । ଟିକାକରଣକୁ ନେଇ ବି ସମାଲୋଚନା କରିଛି ବ୍ରିଟିଶ ଜର୍ଣ୍ଣାଲ ।
BREAKING NEWS
- Tara And Veer Breakup: ଅଲଗା ହୋଇଗଲେ ତାରା ବୀର?, ଏପି ଧିଲୋନଙ୍କ ସହ କନସର୍ଟ ଭାଇରାଲ ପରେ ବଢିଲା ଚର୍ଚ୍ଚା…
- ଆସନ୍ତା ମାସରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି
- ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- Cross border Drug Racket: ମିଆଁମାର ସୀମାରେ NCBକୁ ବଡ ସଫଳତା; ସାବୁନ ଖୋଳରୁ ମିଳିଲା ୧୫ କୋଟି ମୂଲ୍ୟର ହେରୋଇନ୍
- ରୋହିତଙ୍କୁ ସମସ୍ତଙ୍କ ଆଗରେ ଜୟ ଶାହ କହିଲେ ଭାରତର ଅଧିନାୟକ
- ଜାନୁଆରୀରେ ମିଳିବ ୧୦ ଲକ୍ଷ ପକ୍କା ଘର: ମନ୍ତ୍ରୀ
- ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର
- ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ନାମରେ ପୁଅ ନାଁ ରଖିଲେ ମସ୍କ
- West Bengal Tension Escalate: ଗ୍ରୀନ ଫାଇଲରେ ଲୁଚିଛି କେଉଁ ରାଜ୍?, ଥରହର ମମତା
- ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଦାନ କରିଦେଲେ ୭୫ % ସମ୍ପତ୍ତି
Comments are closed.