Latest Odisha News

BREAKING NEWS

ଆଜି ମା’ ପାଇଁ ଦିନଟିଏ; ହାପି ମଦର୍ସ ଡେ

ନୂଆଦିଲ୍ଲୀ: ଆଜି ମା’ ପାଇଁ ଦିନଟିଏ। ଏହି ଦିବସ ପାଳନ କରିବାର ଅର୍ଥ ହେଉଛି ମା’କୁ ସମ୍ମାନିତ କରିବା। ପରିବାରଠୁ ନେଇ ସମାଜରେ ମା’ର ଗୁରୁତ୍ବକୁ ବୁଝିବା। ବିଶ୍ବର ଅନେକ ସ୍ଥାନରେ ଏହାକୁ ବିଭିନ୍ନ ଦିନରେ ପାଳନ କରାଯାଏ। ଗୋଟିଏ ଶିଶୁ ପ୍ରଥମେ ଦୁନିଆରେ ପାଦ ଦେଲେ ତାର ପ୍ରଥମ ଗୁରୁ ହୋଇଥାଏ ତା ମା’। ପିଲାଟି ତା ମାଠାରୁ ପ୍ରଥମ ଶିକ୍ଷା ପାଇଥାଏ।

ଗୋଟେ ମା’ ତା ନିଜ ପାଖେ ଅନ୍ତଃର୍ନିହିତ ଥିବା  ଜ୍ଞାନ, କୌଶଳ, ପରମ୍ପରା ଏବଂ ଜୀବନ ଅଭିଜ୍ଞତାକୁ ନେଇ ସର୍ବଦା ନିଜ ପିଲାମାନଙ୍କୁ ମୂଲ୍ୟବାନ ଶିକ୍ଷା ଦେବାକୁ ପ୍ରୟାସ କରିଥାଏ।

ମା ତା ପିଲା ପାଇଁ ସବୁ ଭୂମିକା ନିର୍ବାହ କରିବାରେ ସମର୍ଥ ହୋଇଥାଏ। ସେ ଗୁରୁ ହୋଇପାରେ, ପିତାମାତା, ଅଭିଭାବକ, ଭଲ ବନ୍ଧୁ, ଭାଇଭଉଣୀ ଏବଂ ଅନ୍ୟାନ୍ୟ ଭୂମିକା ମଧ୍ୟ ନିଭେଇ ପାରେ।

Leave A Reply

Your email address will not be published.