Latest Odisha News

BREAKING NEWS

ଦିଲ୍ଳୀ ମେଟ୍ରୋରେ ୧୪୯୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ, କିପରି କରିବେ ଆବେଦନ

ଦିଲ୍ଲୀ ମେଟ୍ରୋରେ ୧୪୯୨ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି । ଇଚ୍ଛୁକ ଆବେଦନକାରୀ ଅନଲାଇନରେ ଏହାର ଆବେଦନ କରିପାରିବେ ।

ପଦବୀ ସଂଖ୍ୟା:

ମୋଟ ପଦବୀ ସଂଖ୍ୟା ୧୪୯୨ । ରେଗୁଲାର ଏକ୍‌ଜିକ୍ୟୁଟିଭ୍ ପାଇଁ ରହିଛି ୬୦ ପଦବୀ । ସେହିପରି ରେଗୁଲାର ନନ୍‌ଏକ୍‌ଜିକ୍ୟୁଟିଭ୍ ପାଇଁ ଅଛି ୯୨୯ଟି ପଦବୀ । ଏକ୍‌ଜିକ୍ୟୁଟିଭ୍ କଂଟ୍ରାକ୍ଟ (୨ ବର୍ଷ) ପାଇଁ ୧୦୬ଟି ପଦବୀ । ନନ୍ ଏକ୍‌ଜିକ୍ୟୁଟିଭ୍ କଂଟ୍ରାକ୍ଟ ପାଇଁ ୩୯୮ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା:

ଅଲଗା ଅଲଗା ପଦବୀକୁ ନେଇ ଯୋଗ୍ୟତା ନିର୍ଦ୍ଦାରଣ କରାଯାଇଛି ।
-ବିଇ/ବିଟେକ୍
-ଇଲେକ୍‌ଟ୍ରିକାଲ/ଇଲେକ୍‌ଟ୍ରୋନିକ୍‌/ ସିଭିଲ୍‌/ମେକାନିକଲ
-ଆର୍କିଟେକ୍‌ଚର/ଆଇନ. ବିଏସ୍‌ସି (ଆଇଟି)ରେ ଡିଗ୍ରୀ
ଅନ୍ୟାନ୍ୟ ପଦବୀ ପାଇଁ
-କାର୍ଯ୍ୟଗତ ଅଭିଜ୍ଞତା ଜରୁରୀ (କିଛି ପୋଷ୍ଟ ପାଇଁ)
-ଷ୍ଟେନୋଗ୍ରାଫର ପାଇଁ କଳା/ବିଜ୍ଞାନ/ବାଣିଜ୍ୟରେ ଡିଗ୍ରୀ ଆବଶ୍ୟକ

ବୟସସୀମା

ରେଗୁଲାର ଏକ୍‌ଜିକ୍ୟୁଟିଭ୍ ଓ ନନ୍‌ଏକ୍‌ଜିକ୍ୟୁଟିଭ୍ କଂଟ୍ରାକ୍ଟ ପଦବୀ ପାଇଁ ୧୮ରୁ ୨୮ ବର୍ଷ ବୟସସୀମା ରହିଛି । ସେହିପରି ରେଗୁଲାର ନନ୍‌ଏକ୍‌ଜିକ୍ୟୁଟିଭ୍ ଓ ଏକ୍‌ଜିକ୍ୟୁଟିଭ୍ କଂଟ୍ରାକ୍ଟ ପଦବୀ ପାଇଁ ବୟସ ସୀମା ରହିଛି ୧୮ରୁ ୩୦ ବର୍ଷ ।
ଆପ୍ଲିକେସନ ଫି’
-ଗୋଟିଏ ପୋଷ୍ଟ ପାଇଁ ଆବେଦନକାରୀ ଏକାଧିକଥର ଆବେଦନ କରିପାରିବେ । ତେବେ ସମସ୍ତ ପୋଷ୍ଟ ପାଇଁ ଅଲଗା ଅଲଗା ଫି ଦେବାକୁ ପଡିବ ।

– ୟୁଆର, ଇଡବ୍ଲ୍ୟୁଏସ, ଓବିସି ଙ୍କ ପାଇଁ ୫୦୦/- ଟଙ୍କା ଫି’ ରହିଛି ।
-ସେହିପରି ଏସସି, ଏସଟି,ପିଡବ୍ଲ୍ୟୁଡି  ଙ୍କ ପାଇଁ ଆପ୍ଲିକେସନ୍ ଫି ୨୫୦ ଟଙ୍କା ରହିଛି ।

କିପରି କରିବେ ଆବେଦନ:

ଇଚ୍ଛିକୁ ଆବେଦନକାରୀ ଆବେଦନ କରିବା ପାଇଁ www.delhimetrorail.com/career.aspx ୱେବ୍‌ସାଇଟରେ ଲଗ୍‌ଅନ୍ କରି ୱେବ୍‌ସାଇଟରେ ଥିବା Advertisement-DMRC/HR/Rectt/I/୨୦୧୯ ସେକ୍‌ସନକୁ ଯାଆନ୍ତୁ ।
-ଏହାପରେ ନ୍ୟୁ ରେଜିଷ୍ଟ୍ରେସନ୍ କ୍ଲିକ୍ କରନ୍ତୁ । ଏଠାରେ ନିଜର ମୋବାଇଲ ନମ୍ବର, ଇମେଲ ଆଇଡି ଓ ଅନ୍ୟାନ୍ୟ ସୂଚନା ଦିଅନ୍ତୁ ।
-ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର ଜେନେରେଟ୍ ହୋଇଯିବ । ପରେ ୱେବ୍‌ସାଇଟ୍‌ରେ ଥବବା ଆପ୍ଲିକାଂଟ ଲଗ୍‌ଇନ୍‌ରେ କ୍ଲିକ୍ କରନ୍ତୁ ।
-ନିଜର ୟୁଜର ଆଇଡି ଓ ପାସ୍‌ୱାର୍ଡ ସବ୍‌ମିଟ୍ କରନ୍ତୁ । ଆପ୍ଲିକେସନ୍ ଫର୍ମ ଫିଲ୍‌ଅପ୍ କରନ୍ତୁ ।
-ଶେଷରେ ଆପ୍ଲିକେସନ୍ ଫି ଦେଇ ସାରିବା ପରେ ଫର୍ମଟିକୁ ଡାଉନଲୋଡ କରନ୍ତୁ ।

Leave A Reply

Your email address will not be published.