Latest Odisha News

BREAKING NEWS

୮୫ ବର୍ଷର ବୃଦ୍ଧା ଭୂମିକାରେ ନଜର ଆସିବେ ସୁନ୍ଦରୀ କାଜଲ ଅଗ୍ରୱାଲ!

ମୁମ୍ବାଇ: କମଳା ହାସନଙ୍କ ବହୁ ଚର୍ଚ୍ଚିତ ଇଣ୍ଡିଆନ ଫିଲ୍ମର ସିକ୍ୱେଲର ଶୁଟିଂ ଆରମ୍ଭ ହୋଇଛି । ଇଣ୍ଡିଆନ-୨ ଫିଲ୍ମରେ କାଜଲ ଅଗ୍ରୱାଲଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର ଧରିଛି ।
ଫିଲ୍ମ ସମ୍ପର୍କରେ କୌଣସି ତଥ୍ୟ ବାହାରେ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରିପୋର୍ଟ ମୁତାବକ କାଜଲ ବୃଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଶଙ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସେ ୮୫ ବର୍ଷୀୟା ବୃଦ୍ଧା ଭୂମିକା କରୁଛନ୍ତି ।

ଇଣ୍ଡିଆନ-୨ର ଭୂମିକା ନେଇ ମୁଁ ବେଶ୍ ଉତ୍ସାହିତ ଥିବା କାଜଲ କହିଛନ୍ତି । “ପରଦାରେ ବୃଦ୍ଧା ଭାବେ ଅବତୀର୍ଣ୍ଣ ହେବା ନିମନ୍ତେ ମୋତେ କଠିନ ପରିଶ୍ରମ କରିବାକୁ ପଡୁଛି” ବୋଲି ସେ କହିଛନ୍ତି ।

ଫିଲ୍ମ ବିଷୟରେ ଆଉ ଅଧିକା କିଛି କହିପାରିବେ ନାହିଁ ବୋଲି ସିଧାସିଧା ମନା କରିଦେଇଛନ୍ତି କାଜଲ ।

ଇଣ୍ଡିଆନ ଫିଲ୍ମର ଆକ୍ସନ ଓ ବିଷୟ ବସ୍ତୁ ସେ ସମୟରେ ଚର୍ଚ୍ଚାର ବିଷୟ ଥିଲା । କମଳ ହାସନ ରାଜୀନିତରେ ମୁଣ୍ଡ ପୁରାଇଥିବାରୁ ଫିଲ୍ମ ମାଧ୍ୟମରେ ସେ କିଛି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.