Latest Odisha News

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ: ନକଆଉଟ ପାଇଁ ରିଜର୍ଭ ଦିବସ

ଅକଲ୍ୟାଣ୍ଡ: ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଦିନିକିଆ ବିଶ୍ୱକପର ନକଆଉଟ ଅର୍ଥାତ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ସଂରକ୍ଷଣ ଦିବସ ରହିବ ।  ଟି୨୦ ବିଶ୍ୱକପ ବେଳେ ନକଆଉଟ ମ୍ୟାଚ୍‌ଗୁଡ଼ିକ ପାଇଁ କୌଣସି ସଂରକ୍ଷଣ ଦିବସ ରହି ନଥିଲା। ତେଣୁ ଭାରତ ଓ ଇଂଲଣ୍ଡ ସେମିଫାଇନାଲ ମ୍ୟାଚରେ ବର୍ଷା ହେବାରୁ ପଏଣ୍ଟ ଆଧାରରେ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା। ବିଶ୍ୱକପ ଭଳି ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲରେ ସଂରକ୍ଷଣ ଦିବସ ନ ରଖିବାକୁ ନେଇ ଆଇସିସି ତୀବ୍ର ସମାଲୋଚନାର ଶିକାର ହୋଇଥିଲା। ବୁଧବାର ଆଇସିସି ଦିନିକିଆ ମହିଳା ବିଶ୍ୱକପ ପାଇଁ ମ୍ୟାଚ୍ ସୂଚୀ ଜାରି କରିଛି। ନ୍ୟୁଜିଲ୍ୟାଣ୍ଡର ୬ଟି ସ୍ଥାନରେ ସମସ୍ତ ମ୍ୟାଚ୍ ଖେଳାଯିବ। ଅକଲ୍ୟାଣ୍ଡ, ହାମିଲଟନ, ତଉରାଙ୍ଗ, ୱେଲିଙ୍ଗଟନ, କ୍ରାଇଷ୍ଟଚର୍ଚ୍ଚ ଓ ଡୁନେଡିନ୍‌ରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ।   ମାର୍ଚ୍ଚ ୩ ଓ ୪ରେ ଯଥାକ୍ରମେ ପ୍ରଥମ ସେମିଫାଇନାଲରେ ତଉରାଙ୍ଗ ଏବଂ ହାମିଲଟନରେ ଖେଳାଯିବ। ସେହିପରି ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୭ ତାରିଖରେ ହେଗଲେ ଓଭାଲରେ ଖେଳାଯିବ।

୨୦୨୧ ମସିହା ଫେବୃଆରୀ ୬ରେ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପକୁ କ୍ୱାଲିଫାୟ କରିବାକୁ ଥିବା ଦଳ ସହ ମ୍ୟାଚ୍ ଖେଳିବ । ବର୍ତ୍ତମାନ ସୁଦ୍ଧା ମହିଳା ଦିନିକିଆ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ନ୍ୟୁଜିଲ୍ୟାଣ୍ଡ କ୍ୱାଲିଫାୟ କରିଛନ୍ତି। ବାକି ଟିମ୍ ଗୁଡ଼ିକ ମହିଳା ଚାମ୍ପିୟନଶିପ ଓ ଜୁଲାଇରେ ଶ୍ରୀଲଙ୍କାରେ ହେବାକୁ ଥିବା ଯୋଗ୍ୟତା ପର‌୍ୟ୍ୟାୟ ଦେଇ ବିଶ୍ୱକପ ଖେଳିବାକୁ କ୍ୱାଲିଫାୟ କରିବେ। ଏହି ମ୍ୟାଚ୍‌ଗୁଡ଼ିକରେ ଭାରତୀୟ ମହିଳା ଟିମ୍ ମଧ୍ୟ ଖେଳିବ। ବିଶ୍ୱକପ ପୂର୍ବରୁ ଦଳକୁ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ।

Comments are closed.