Latest Odisha News

ସର୍ବଭାରତୀୟ କ୍ରୀଡ଼ାରେ ଓଡ଼ିଶା ପୋଲିସକୁ ସଫଳତା

କଟକ: ଓଡ଼ିଶା ପୋଲିସରେ ଲାନ୍ସ ନାଏକ ଭାବେ କାର୍ଯ୍ୟରତ ବିଘ୍ନରାଜ ମିରିଡ଼ିଆ ୬୮ତମ ସର୍ବଭାରତୀୟ ପୋଲିସ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛନ୍ତି ।

ହରିୟାଣାର ପଞ୍ଚକୁଲାଠାରେ ଇଣ୍ଡୋ-ତିବ୍ଦତାନ ବର୍ଡ଼ର ପୋଲିସ ଆନୁକୂଲ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶ୍ରୀ ମିରିଡ଼ିଆ ୪୦୦ ମିଟର ଦୌଡ଼କୁ ୪୭.୩୧ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିବା ସହ ନିଜ କ୍ରୀଡ଼ା କ୍ୟାରିୟରରେ ଶ୍ରେଷ୍ଠ ସମୟ ପ୍ରଦର୍ଶନ କରିଛନ୍ତି ।

ଶ୍ରୀ ମିରିଡ଼ିଆଙ୍କ ଏହି ସଫଳତାରେ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ସନ୍ତୋଷବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ଫେରିବା ପରେ ଶ୍ରୀ ମିରିଡ଼ିଆ ବୁଧବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ସୌଜନ୍ୟ ସାକ୍ଷାତ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ମିରିଡ଼ିଆ ବର୍ତ୍ତମାନ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ, କଟକରେ ଲାନ୍ସ ନାଏକ ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.