Latest Odisha News

BREAKING NEWS

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି ।

ନବୀନ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ମନୋଜ କୁମାର ସ୍ୱାଇଁ, ଶୁଭ୍ରାଂଶୁ ମିଶ୍ର ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ….
ଲାଲା ମନୋଜ କୁମାର ରାୟଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡିଜି ଭାବେ ଦାୟିତ୍ବ ମିଳିଛି, ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ, ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ, ସେହିପରି, ମନୋଜ କୁମାର ସ୍ୱାଇଁଙ୍କୁ ବିଡିଏର ଯୁଗ୍ମ କମିଶନର ଭାବେ ମିଳିଲା ଦାୟିତ୍ବ ।

ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ନୂଆ ଦାୟିତ୍ୱ ମିଳିଲା
ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ତ୍ବ ମିଳିଛି । ସେହିପରି ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାରର ସ୍ୱତନ୍ତ୍ର ସଚିବ, ଏସକେ ଜମିରୁଦ୍ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନର ଅତିରିକ୍ତ ସଚିବ । ମାନସ ରଞ୍ଜନ ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ସେହିଭଳି ସୁରଞ୍ଜନ ପ୍ରଧାନଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି ।

ସେହିପରି ସରୋଜ କୁମାର ରାଉତଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଥିବାବେଳେ, ଅରୂପ କୁମାର ସାହୁ, ଅତିରିକ୍ତ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ, ପୂର୍ଣ୍ଣଚନ୍ଦ୍ର ଦଳେଇ, ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୈଳାସ ଚନ୍ଦ୍ର ଦାସ, ଯୁଗ୍ମ କମିଶନର, ଭୁବନେଶ୍ୱର ମହାନଗର ନିଗମ, ରଶ୍ମୀରଞ୍ଜନ ସାହୁ ମୁଖ୍ୟ, ଜେନେରାଲ ମ୍ୟାନେଜର, ଓସଡମା, ଅଞ୍ଜନ କୁମାର ଦାସ, ଯୁଗ୍ମ ସଚିବ, ସାଧାରଣ ପ୍ରଶାସନ ବିଭାଗ, ଅରୁଣ କୁମାର ମଲ୍ଲିକ, ଯୁଗ୍ମ ସଚିବ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଦୀନକୃଷ୍ଣ କର, ଯୁଗ୍ମ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ

ଅନ୍ୟ ବରିଷ୍ଠ ଓଏଏସ୍‌ଙ୍କୁ ନୂଆ ଦାୟିତ୍ୱ
ପ୍ରତାପ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ, ସାଧାରଣ ଉଦ୍ୟୋଗ ବିଭାଗ, ସୁକାନ୍ତ କୁମାର ବେହେରା, ସଚିବ, ଓଡ଼ିଶା ମାନବାଧିକାର କମିଶନ, କୃତିବାସ ରାଉତ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ବିବେକାନନ୍ଦ ସାହୁ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଥିକା ସ୍ୱାଇଁ, ଅତିରିକ୍ତ କମିଶନର, ଚକବନ୍ଦୀ ଓ ବନ୍ଦୋବସ୍ତ,ବାଲେଶ୍ୱର, ସବ୍ୟସାଚୀ ହୋତା, ଜେନେରାଲ ମ୍ୟାନେଜର, ଓକାକ୍‌, ଭୁବନେଶ୍ୱର, ଚିନ୍ମୟ କୁମାର ଆଚାର୍ଯ୍ୟ, ଯୁଗ୍ମ ସଚିବ, ସଂସଦୀୟ ବ୍ୟାପାର ଭାବେ ଦାୟିତ୍ବ ମିଳିଛି ।

ଅନ୍ୟପଟେ, କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି ।

Comments are closed.