Latest Odisha News

BREAKING NEWS

ରାଜସ୍ବ ଗ୍ରାମ ଦାବି ନେଇ ଭୋଟ୍ ବର୍ଜନ କଲେ ରାମଚନ୍ଦ୍ରପୁର ବାସିନ୍ଦା

ମୟୂରଭଞ୍ଜ: ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟ ବର୍ଜନ କରିଛନ୍ତି ରାମଚନ୍ଦ୍ର ପୁର ବାସିନ୍ଦା । ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଖନ୍ତ ପଞ୍ଚାୟତ ଅନ୍ତର୍ଗତ ୧୧/୧୨ ନମ୍ବର ଓ୍ଵାର୍ଡ ରାମଚନ୍ଦ୍ରପୁର ସାହି ଲୋକେ ।

ସୂଚନାନୁସାରେ, ବିଗତ ୩୦ ବର୍ଷ ହେଲା ରାମଚନ୍ଦ୍ର ପୁର ବାସିନ୍ଦା ନିଜ ସାହିର ୧୧/୧୨ ଓ୍ଵାର୍ଜ କୁ ରାଜସ୍ବ ଗ୍ରାମ ର ମାନ୍ୟତା ଦାବି ନେଇ, ସରପଞ୍ଚ ପାଖରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉକ୍ତ ରାମଚନ୍ଦ୍ରପୁର ସାହିକୁ ଅଣଦେଖା କରି ଆସିଛନ୍ତି । ଯାହା ଫଳରେ ଉକ୍ତ ସାହିରେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି ।

ଏହାକୁ ନେଇ ଗତ ମାର୍ଚ୍ଚ ୧୫ ତାରିଖରେ ଏ ବାବଦରେ ସାହି ବାସି ଏକତ୍ରିତ ହୋଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ବର୍ଜନ ର ନିଷ୍ପତ୍ତି ନେଇଥିଲେ । ତଥାପି କୌଣସି ପଦକ୍ଷେପ ନିଆନଯିବାରୁ ଆଜି ରାମଚନ୍ଦ୍ର ପୁର ସାହିର ୩୦୦ ରୁ ଉର୍ଦ୍ଧ ପରିବାରର ୧୫୦୦ ରୁ ଉର୍ଦ୍ଧ ଭୋଟର ଭୋଟ୍ ବର୍ଜନ କରିଛନ୍ତି ।

ତେବେ ପ୍ରଶାସନ ଯେତେ ଦିନ ପର୍ଯ୍ୟନ୍ତ ରାମଚନ୍ଦ୍ରପୁର ସାହିକୁ ସ୍ଵତନ୍ତ୍ର ରାଜସ୍ବ ଗ୍ରାମ ର ମାନ୍ୟତା ନ ଦେଇଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ରାମଚନ୍ଦ୍ରପୁର ବାସିନ୍ଦା ବିଧାନସଭା, ଲୋକସଭା ସହିତ ପଞ୍ଚାୟତ ନିର୍ବାଚନକୁ ମଧ୍ୟ ଏମିତି ବର୍ଜନ କରିବେ ବୋଲି ଦୃଢ ନିଷ୍ପତ୍ତି ନେଇଥିବା କହିଛନ୍ତି ।

Leave A Reply

Your email address will not be published.