ବିଷମ କଟକରେ : ହୁତୁହୁତୁ ହୋଇ ଜଳିଲା, ମିନିଟ ଭିତରେ ଜଳି ପୋଡି ପାଉଁଶ | ଏଭଳି କିଛି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡରେ | ଛିଡା ଛିଡା ଜଳିଗଲା ୪ ବସ|
ସୂଚନା ଅନୁଯାୟୀ, ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ ଟି ବସ ରହିଥିଲା | ସେଥୁରୁ ୪ ଟି ବସ ଜଳି ପୋଡି ପାଉଁଶ ହୋଇଯାଇଛି | ଗାଡ଼ି ନଂ ଓଆର୍ ୦୮ ଏଚ୍ ୦୪୨୧, ଓଡି ୧୮ ୧୩୫୯ଏବଂ ଓଡି ୦୨ ଏସ୍ ୫୦୩୩ ଆଂଶିକ ଜଳିଥିବା ବେଳେ ଆଉ ଏକ ଗାଡି ସଂପୂର୍ଣ୍ଣ ଜଳିଥିବା କାରଣରୁ ଏହାର ନମ୍ବର ଜଣାପଡ଼ିପାରିନାହିଁ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚିଥିଲେ ମଧ୍ୟ ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏହାକୁ ଆୟତ କରାଯାଇ ପାରିନଥିଲା | ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି |
BREAKING NEWS
- Paradip Port gets ‘Mega Port’ status:ପାରାଦୀପ ବନ୍ଦରକୁ ମେଗା ପୋର୍ଟ ମାନ୍ୟତା;ପୂର୍ବ ଭାରତର ଏକମାତ୍ର ପୋର୍ଟ…
- ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି
- ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ
- Shree Jagannath Temple Land Settlement:ଶ୍ରୀ ଜଗନ୍ନାଥ ମନ୍ଦିର ଜମି ବନ୍ଦୋବସ୍ତ ପାଇଁ ଇ-ପୋର୍ଟାଲର ହେବ ବିକାଶ; ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ
- Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା;ହିଂସାକାଣ୍ଡର ନୂତନ ଉତ୍ତେଜନା ମଧ୍ୟରେ ନିଷ୍ପତ୍ତି
- ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ
- ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର

Comments are closed.