Latest Odisha News

BREAKING NEWS

ମହାତ୍ମା ଗାନ୍ଧିଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାକୁ ଆମେରିକା ସଂସଦରେ ପୁଣି ଆସିଲା ପ୍ରସ୍ତାବ

ଓ୍ୱାଶିଂଟନ୍: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ । ଏନେଇ ଆମେରିକା ସଂସଦରେ ପୁଣି ଥରେ ପ୍ରସ୍ତାବ ଆଗତ ହୋଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଶାନ୍ତି ଓ ଅହିଂସା ଦିଗରେ କାମ କରୁଥିବାରୁ ଗାନ୍ଧିଜୀଙ୍କୁ ଆମେରିକା କଂଗ୍ରେସର ସର୍ବୋଚ୍ଚ ସମ୍ମାନ ଗୋଲ୍ଡ ମେଡାଲ୍ ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି ।

ଏଭଳି ହେଲେ ଆମେରିକା କଂଗ୍ରେସର ସ୍ୱର୍ଣ୍ଣ ପଦକ ପାଇବେ ମହାତ୍ମା ଗାନ୍ଧି ପ୍ରଥମ ଭାରତୀୟ ହେବେ । ଏହା ପୂର୍ବରୁ ଏହି ସମ୍ମାନ ଜର୍ଜ ଓ୍ୱାଶିଂଟନ୍, ନେଲସନ୍ ମଣ୍ଡେଲା, ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର, ମଦର ଟେରେସାଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ମିଳି ସାରିଛି ।

ମହାତ୍ମା ଗାନ୍ଧିଙ୍କ ଐତିହାସିକ ମହାତ୍ମା ଗାନ୍ଧିଙ୍କ ଅହିଂସାର ମାର୍ଗ ଓ ଐତିହାସିକ ସତ୍ୟାଗ୍ରହ ଗୋଟିଏ ଦେଶ ଓ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇଛି । ବାପୁଜୀଙ୍କର ଏହି ପଦକ୍ଷେପ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିବାକୁ ପ୍ରେରଣାଦାୟୀ । ନ୍ୟୁୟର୍କର ସାଂସଦ କହିଥିଲେ, ଜାତିଗତ ସମାନତା ପାଇଁ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କ ଅଭିଯାନ ହେଉ କି ନେଲସନ ମଣ୍ଡେଲାଙ୍କ ବର୍ଣ୍ଣବୈଷମ୍ୟ ଲଢ଼େଇ ସାରା ବିଶ୍ୱ ଗାନ୍ଧିଜୀଙ୍କଠାରୁ ପ୍ରେରଣା ପାଇଛି ।

Leave A Reply

Your email address will not be published.