Latest Odisha News

BREAKING NEWS

ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାପାଳ

କଟକ: ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାର ଜିଲ୍ଲାପାଳ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହାଇକୋର୍ଟରେ ହାଜର ହେବେ । ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା ଉପରେ ମତ ରଖିବେ । ଏଥିସହ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନେଇ କଣ ପଦକ୍ଷେପ ନେଇଛନ୍ତି ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବେ ୪ ଜିଲ୍ଲାପାଳ । ଗତ ଜୁଲାଇ ୨୭ ତାରିଖରେ ଶୁଣାଣି ବେଳେ ସେମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା ।

ଆର୍ଦ୍ରଭୂମି ସୁରକ୍ଷା ସହ ଚିଲିକି ଓ ଭିତରକନିକାରୁ ବେଆିନ ଚିଙ୍ଗୁଡ଼ି ଘେରି ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । କମିଟି ନିଷ୍ପତ୍ତି ଅନୁସାରେ, ବିଭିନ୍ନ ବିଭାଗୀୟ ସହାୟତାରେ ଏସବୁ ଜିଲ୍ଲାର ଜିଲ୍ଲାପାଳ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବା କଥା ।

ଏଦିଗରେ କଣ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ପ୍ରତି ମାସରେ ସରକାରଙ୍କୁ ଅବଗତ କରାଇବା ସହ ହାଇକୋର୍ଟରେ ଆକ୍ସନ ଟେକେନ୍ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ନିର୍ଦ୍ଦେଶକୁ ପାଳନ କରିବାରେ ବ୍ୟତିକ୍ରମ ପରେ ପୂର୍ବ ଶୁଣାଣିରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ହାଇକୋର୍ଟ । ହାଜର ହେବାକୁ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.