Latest Odisha News

ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି ବତକ କଟା ମୁଣ୍ଡ ଡିଶ

ଲଣ୍ଡନ: ଲଣ୍ଡନର ଏକ ରେଷ୍ଟୁରାଂଟରେ ବତକର କଟା ମୁଣ୍ଡ ଡିଶ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହାଇବରୀ ଇଷ୍ଟ ଅଂଚଳରେ ଥିବା ଏକ ସିଫୁଡ ରେଷ୍ଟୁରାଂଟ ଏହି ଡିଶ ପ୍ରସ୍ତୁତ କରୁଛି । ଏହାର ମୂଲ୍ୟ ୧୮୦୦ ଟଙ୍କା ହେବ । କେହି କେହି ଏହାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଏହା ଅଧିକ ହେଇଗଲା ବୋଲି ଲେଖିଛନ୍ତି । ଏବେ ଏହି ରେଷ୍ଟୁରାଂଟରେ ଭୀଡ ଦେଖିବାକୁ ମିଳୁଛି ।

ପୂର୍ବରୁ ନାଇଟସିବ୍ରିଜର ପାର୍କ ଟାୱାର ହୋଟେଲରେ ଗୋଟିଏ ବେଳାର ଖାଦ୍ୟ ମୂଲ୍ୟ ଆନୁମାନିକ ୩୮ ଲକ୍ଷ ଟଙ୍କା ରଖାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ସୋସିଆଲ ସାଇଟରେ ଏହାର ମୂଲ୍ୟ ନେଇ ଆଲୋଚନା ହୋଇଥିଲେ ମଧ୍ୟ ହୋଟେଲର ବ୍ୟବସାୟ ଏହା ପରେ ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.