Latest Odisha News

BREAKING NEWS

ଭଦ୍ରକ ବାସୁଦେବପୁରରେ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କଲା ଏନଡିଆରଏଫ ଟିମ୍

ଭଦ୍ରକ : ଭଦ୍ରକ ଉପରୁ ଟଳିଯାଇଛି ବିପଦ । କିନ୍ତୁ ବାତ୍ୟା କରିଛି ଅନେକ କ୍ଷୟକ୍ଷତି । ଅନେକ ଜାଗାରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିଛି । ଅନେକ ଜାଗାରେ ଘରେ ପଶିଛି ପାଣି । ବାତ୍ୟା ପ୍ରଭାବରେ ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ଜିଲ୍ଲାରୁ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ସ୍ଥାନାନ୍ତର ପରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ଜିଲ୍ଲାର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଅନେକ ସ୍ଥାନରେ ଘର ଉପରେ ଗଛ ପଡିଥିବା ବେଳେ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ଘର ଗୁଡିକ ଜଳମଗ୍ନ ହୋଇଛି । ଜିଲ୍ଲାରେ ମୁତୟନ ହୋଇଥିବା ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ସମସ୍ତ ଥାନାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେହିଭଳି ଏନଡିଆରଏଫ ଟିମ, ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଗଛ କାଟିବା ସହ ରାସ୍ତା ସଫା କରୁଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟା ଦିଆଯାଇଛି ।

Leave A Reply

Your email address will not be published.