Latest Odisha News

BREAKING NEWS

ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା

ଅନୁଗୁଳ: ରାଜ୍ୟରେ ଜାରି ରହିଛି କରୋନା କୋପ । ଦିନକୁ ୧ ହଜାରୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

ସମସ୍ତ ହାଟ, ମାର୍କେଟ ଅଗଷ୍ଟ ୩୧ଯାଏଁ ବନ୍ଦ ରହିବ ।ସକାଳ ୭ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲିବ । ଏହାସହ କେବଳ ସୋମବାର ଠାରୁ ଶୁକ୍ରବାର ଯାଏଁ ଦୋକାନ ଖୋଲିବ ବୋଲି ସୂଚନା ମିଳିଛି । ସାମାଜିକ ଦୂରତା ବଜାୟ ନରଖିଲେ ଦୋକାନକୁ ସିଲ୍ କରାଯିବ ବୋଲି ତାଗିଦ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.