Latest Odisha News

BREAKING NEWS

ଆସନ୍ତାକାଲି ଚନ୍ଦନ ଯାତ୍ରା, ପ୍ରଶାସନ ପକ୍ଷରୁ ଜାରି ହେଲା କଟକଣା

ପୁରୀ: ଆସନ୍ତାକାଲି ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ ମହାପ୍ରଭୁ । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯିବ । ସେହିପରି ୬ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ରହିବ । ସାଧରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ। କେବଳ ପାସ୍ ଧାରୀ ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁମତି ମିଳିବ ।

ସେପଟେ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଯାତ୍ରା ପାଇଁ ନନ୍ଦା, ଭଦ୍ରା, ଧନ୍ବନ୍ତରୀ ଚାପଡ଼ଙ୍ଗାରେ ବେଦୀ ନିର୍ମାଣ ବି ସରିବା ଉପରେ । ଯେଉଁ ସେବାୟତ ଚନ୍ଦନଯାତ୍ରା ନୀତିରେ ସାମିଲ ହେବେ ସେମାନଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ନେଗେଟିଭ ସେବାୟତକୁ ହିଁ ଅନୁମତି ମିଳିବ ।
ଆସନ୍ତାକାଲି ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଧରି ଏହି ଯାତ୍ରା ଚାଲୁଥିବାରୁ ପୋଲିସ ଫୋର୍ସ ଉପସ୍ଥିତିରେ ଏହା କରାଯିବ ବୋଲି ପୁରୀ ଏସ୍ ପି କହିଛନ୍ତି ।

କରୋନା କଟକଣା ଥିବାରୁ ଯାତ୍ରାରେ ସାମିଲ ନ ହୋଇ ଭକ୍ତମାନେ ଟିଭିରେ ସିଧାପ୍ରସାରଣ ଦେଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.