Latest Odisha News

BREAKING NEWS

କୋଭିଡ୍ କଟକଣାରେ ପାଳନ ହେଲା ପବିତ୍ର ଇଦ ପର୍ବ

କେନ୍ଦ୍ରାପଡା: କରୋନା ମହାମାରୀର ଦ୍ୱିତୀୟ ଲହରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ କୋଭିଡ୍ କଟକଣାକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ରାପଡାର ଇସଲାମ ଧର୍ମୀ । କୋଭିଡ୍ କଟକଣା ଅନୁଯାୟୀ କେନ୍ଦ୍ରାପଡା ସହରରେ ପବିତ୍ର ଇଦ ପର୍ବ ପାଳନ କରିଛନ୍ତି ମୁସଲିମ୍ ସମ୍ପ୍ରଦାୟ ।

ଗୋଟିଏ ମାସ ରୋଜା ରଖିବା ପରେ ମୁସଲିମ୍ ସମ୍ପ୍ରଦାୟ ସମ୍ପୁର୍ଣ୍ଣ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଇଦ ପର୍ବରେ ସାମିଲ ହୋଇଛନ୍ତି । ଲକଡାଉନ୍‌ରେ ବନ୍ଦ ରହିଛି ସମସ୍ତ ମସଜିଦ୍ । ସମୁହ ନମାଜ ପାଠ ଉପରେ କଟକଣା ଥିବାବେଳେ ପରମ୍ପରା ବଜାୟ ରଖିବା ପାଇଁ ବିଭିନ୍ନ ମସଜିଦରେ ଇମାମ୍‌ଙ୍କ ସହ କେବଳ ୫ଜଣ ନମାଜ ପାଠ କରିଥିଲେ ।

ସେହିଭଳି ଅନ୍ୟ ଲୋକମାନେ ଘରେ ରହି ନମାଜ ପାଠ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପବିତ୍ର ଇଦ ଅବସରେ ଗରିବ ପରିବାରକୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରି ମୁସଲିମ ସମ୍ପ୍ରଦାୟ ମାନବିକତାର ପରିଚୟ ଦେଇଛନ୍ତି

Leave A Reply

Your email address will not be published.