Latest Odisha News

BREAKING NEWS

ପତ୍ନୀ ଓ ୫ବର୍ଷ ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଜୟପୁର: ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗାଁରେ ଜଣେ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀ ସହ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି କୌଣସି କଥାକୁ କେନ୍ଦ୍ର କରି ହତ୍ୟାକାରୀ ଧବୁଲୁ ମୁଦୁଲି ଓ ତାଙ୍କ ପତ୍ନୀ ଡମୁଣିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଧବୁଲୁ ପତ୍ନୀ ଡମୁଣୀ ଓ ପାଞ୍ଚ ବର୍ଷର ପୁଅ ପବୁଲୁଙ୍କୁ ହତ୍ୟା କରିଥିଲେ । ଏକଥା ଜଣାପଡିବା ପରେ ଗାଁଲୋକେ ହତ୍ୟାକାରୀକୁ କାବୁ କରିବା ସହ ପୋଲିସରେ ଘବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.