ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଜରୁରୀକାଳୀନ ମେଡିକାଲ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ତେବେ ଗତ ମେ’ ୨୪ ତାରିଖରେ ଜାରି କରିଥିବା କଟକଣାର ଅବଧି ନଭେମ୍ବର ୨୩ ତାରିଖ ଶେଷ ହେବ । ଏହି ଆନ୍ଦୋଳନରେ ଅଛନ୍ତି ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ସମେତ ରେଫରାଲ ଟ୍ରାନ୍ସପୋର୍ଟ ଆମ୍ବୁଲାନ୍ସ ସର୍ଭିସରେ କାର୍ଯ୍ୟରତ କର୍ମଚାରୀ ।
ଏହି ଅବଧି ମଧ୍ୟରେ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀମାନେ କୌଣସି ପ୍ରକାରର ଧର୍ମଘଟ ଓ ଆନ୍ଦୋଳନ କରିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।