Latest Odisha News

BREAKING NEWS

ଲକ୍‌-ଡାଉନ୍ ଅବଧିରେ ଘରୋଇ ଯାନବାହନ ଚଳାଚଳ ଉପରେ କଟକଣା

ଭୁବନେଶ୍ୱର: ଭୟାବହ କରୋନା ସଂକ୍ରମଣ ରୋକିବା ପାଇଁ ଓଡିଶାର ୫ ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ଲାଗୁ କରାଯାଇଥିବା ଆଠ ଦିନିଆ ଲକ୍‌-ଡାଉନ୍ ସମୟରେ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିବ । ଏସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।


ତେବେ ଏହି ସମୟରେ ସରକାରଙ୍କ ଦ୍ୱାରା ପୂର୍ବରୁ ସୂଚିତ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ଗୁଡିକରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏହି କଟକଣାରୁ ଛାଡ ପାଇବେ । ସେମାନଙ୍କୁ କିନ୍ତୁ ଏଥିପାଇଁ ପରିଚୟପତ୍ର ଏବଂ ଆବଶ୍ୟକୀୟ ଦସ୍ତାବିଜ ସାଙ୍ଗରେ ରଖିବାକୁ ପଡିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଆଜି ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା ସହିତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର, ଯାଜପୁର ରୋଡ ଏବଂ ଭଦ୍ରକ ଭଳି ଆଠଟି ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌-ଡାଉନ୍ ବ୍ୟବସ୍ଥା ଲାଗୁ କରାଯାଇଛି ।

Leave A Reply

Your email address will not be published.