Latest Odisha News

ଆଜି ବିଶ୍ୱ ଜଳ ଦିବସ: କାହିଁକି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ସୃଷ୍ଟିର ଆଧାର ଜଳ । କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ…ଜଳ ବହୁଳେ ସୃଷ୍ଟି ନାଶ। ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା ।

ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା ।

ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ ।

ଏପରିକି ଜଳ ସଂରକ୍ଷଣର ଆବଶ୍ୟକତା ସହ ହାତର ସ୍ୱଚ୍ଛତା ନେଇ ଅନେକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଏ ।

Leave A Reply

Your email address will not be published.