Latest Odisha News

BREAKING NEWS

ଭୋଟ ଦେଇଥିବା ପ୍ରମାଣ ଦେଖାଇଲେ ଏହି ହୋଟେଲରେ ମିଳିବ ରିହାତି

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ୧୮ତମ ଲୋକସଭା ପାଇଁ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୦୨ ସିଟ ପାଇଁ ନିର୍ବାଚନ ହୋଇଥିଲା । ତେବେ ନାଗାଲାଣ୍ଡରେ ୬ ପୂର୍ବ ଜିଲ୍ଲାରୁ ୪ ଲକ୍ଷ ମତଦାତା ଭୋଟ ଦେବାକୁ ଆସି ନ ଥିଲେ । ଯାହାକି ଏକ ଚିନ୍ତାର ବିଷୟ । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ବ୍ୟତୀତ ବିଭିନ୍ନ ମହଲରୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ଅନୁରୋଧ କରାଯାଇଛି । ନୋଏଡା ଗ୍ରେଟର ଅଂଚଳରେ କେତେକ ହୋଟେଲ ଡେମୋକ୍ରେଟିକ ଅଫର ଦେଉଛନ୍ତି ।

ତୁମେ ଭୋଟ ଦେଇଥିବାର ପ୍ରମାଣ ଦେଖାଇଲେ ନ୍ୟାଶନାଲ ରେଷ୍ଟୁରାଂଟ ଅଥରିଟି ଅଫ ଇଣ୍ଡିଆ ୨୦ ପ୍ରତିଶତ ରିହାତି ଦେବ । ଏଠାରେ ୫୦ରୁ ଅଧିକ ହୋଟେଲ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏପ୍ରିଲ ୨୭ ପର୍ଯ୍ୟନ୍ତ ଏହି ଅଫର ରହିବ ।

Leave A Reply

Your email address will not be published.