Latest Odisha News

BREAKING NEWS

ଯାତ୍ରୀଙ୍କ ପାଇଁ ଖୁସି ଖହର, ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ପ୍ରଦାନ କରିବ ଭାରତୀୟ ରେଳ

ଭୁବନେଶ୍ବର: ରାଜ୍ୟ ଆଉ ଦେଶ ସବୁଠାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ୟବ୍ୟସ୍ତ ଜନଜୀବନ । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ବ୍ୟବସ୍ଥା କରିଛି ଭାରତୀୟ ରେଳ ।

କମ୍ ଖର୍ଚ୍ଚ ସଚେତନ ଥିବା ଯାତ୍ରୀମାନଙ୍କ ପାଇଁ ଏହା ମଧ୍ୟ ବେଶ ସହାୟକ ହେବ । ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀମାନଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚରେ ଥିବା ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି ।

ଏହି କାର୍ଯ୍ୟକ୍ରମ ଦ୍ବାରା ଗ୍ରୀଷ୍ମ ମାସରେ ଯାତ୍ରୀମାନଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଅଛି । ଭାରତୀୟ ରେଳବାଇରେ ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ (ଜେନେରାଲ୍ କ୍ଲାସ୍ କୋଚ୍) ରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ବା ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସ୍ୱୀକୃତି ଦେଇଛି, ଯେଉଁମାନେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ପାଇପାରନ୍ତି ନାହିଁ ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ଼୍ ରେଳ ମଣ୍ଡଳ ଦ୍ୱାରା ଖୋର୍ଦ୍ଧା ରୋଡ଼ ଓ ପଲାସା ରେଳ ଷ୍ଟେସନ; ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର ଓ କଣ୍ଟାବାଞ୍ଜୀ ଷ୍ଟେସନ ଠାରେ ଏବଂ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ବିଶାଖାପାଟନମ, ବିଜୟନଗରମ ଏବଂ ଶ୍ରୀକାକୁଲମ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ଯୋଗାଇ ଦିଆଯାଉଛି ।

ଏହି ପଦକ୍ଷେପ ଏକ ଦ୍ୱୈତ ଆଭିମୁଖ୍ୟ ପ୍ରଦାନ କରୁଛି :

* ସ୍ବଳ୍ପମୂଲ୍ୟ ଭୋଜନ: ପକେଟ ଅନୁକୂଳ ମାତ୍ର ୨୦ ଟଙ୍କା ମୂଲ୍ୟରେ ଏହି ଭୋଜନ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ଏକ ସନ୍ତୋଷଜନକ ଏବଂ ସୁଲଭ ବିକଳ୍ପ ପ୍ରଦାନ କରୁଛି ।

* ସ୍ନାକ୍ସ ଭୋଜନ: ଯେଉଁମାନେ ହାଲୁକା ଭୋଜନ ଯାତ୍ରା ସମୟରେ ଚାହୁଁଛନ୍ତି ସେମାନଙ୍କ ପାଇଁ ୫୦ ଟଙ୍କା ମୂଲ୍ୟରେ ସ୍ନାକ୍ସ ଭୋଜନ ମଧ୍ୟ ଉପଲବ୍ଧ ।

ଏହି ସୁବିଧାକୁ ସହଜରେ ଯାତ୍ରୀ ମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଏହି ସ୍ବଳ୍ପମୂଲ୍ୟ ଭୋଜନ ଏବଂ ଜଳ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍) କୋଚ୍ ନିକଟରେ ସୁବିଧାଜନକ ଭାବରେ କାଉଣ୍ଟରରେ ଉପଲବ୍ଧ କରାଯାଉଅଛି । ଯାତ୍ରୀମାନେ ଷ୍ଟେସନ ବାହାରେ ବିକ୍ରେତା କିମ୍ବା ଦୋକାନ ସନ୍ଧାନର ଆବଶ୍ୟକତାକୁ ଦୂର କରି ଏହି କାଉଣ୍ଟରରୁ ସିଧାସଳଖ ସେମାନଙ୍କ ପାଇଁ ସୁଲଭ ଓ ସ୍ବଳ୍ପମୂଲ୍ୟ ଭୋଜନ କ୍ରୟ କରିପାରିବେ ।

ଗତ ବର୍ଷ ଭାରତୀୟ ରେଳବାଇର ପାଇଲଟ୍ ପ୍ରୋଜେକ୍ଟ ଭାବରେ ପ୍ରାୟ ୫୧ ଟି ଷ୍ଟେସନରେ ଏହି ସେବା ସଫଳତାର ସହ ଉପଲବ୍ଧ କରାଯାଇପାରିଥିଲା । ସେହି ସଫଳତା ଉପରେ ଆଧାର କରି ରେଳବାଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ବିସ୍ତାର କରିଛି ଯାହାକି ବର୍ତ୍ତମାନ ୧୦୦ ରୁ ଅଧିକ ଷ୍ଟେସନରେ ସମୁଦାୟ ୧୫୦ କାଉଣ୍ଟର ମାନଙ୍କରେ କାର୍ଯ୍ୟକ୍ଷମ କରାଯାଇଅଛି । ନିକଟ ଭବିଷ୍ୟତରେ ଆହୁରି ଅଧିକ ଷ୍ଟେସନକୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କରି ଏହି ପଦକ୍ଷେପ ଅଧିକ ଅଭିବୃଦ୍ଧି ପାଇଁ ଯୋଜନା ରହିଛି ।

ଏହି ସ୍ବଳ୍ପମୂଲ୍ୟ ଭୋଜନ ଉପଲବ୍ଧତା କାର୍ଯ୍ୟକ୍ରମ ଯାତ୍ରୀମାନଙ୍କ ପାଇଁ ଏକ ବିଶେଷ ଲାଭ ପ୍ରଦାନ କରିଥାଏ, ବିଶେଷକରି ଯେଉଁମାନେ ଜେନେରାଲ୍ କ୍ଲାସ୍ କୋଚ୍ ରେ ଯାତ୍ରା କରନ୍ତି । ଏହା ସହଜରେ ଯାତ୍ରୀମାନଙ୍କୁ ଉପଲବ୍ଧ, ସୁଲଭ ଭୋଜନ ଏବଂ ସ୍ନାକ୍ସ ସୁନିଶ୍ଚିତ କରୁଛି ଯାହାକି ଯାତ୍ରୀମାନେ ସେମାନଙ୍କର ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସୁବିଧାରେ ସ୍ବଳ୍ପମୂଲ୍ୟ ଭୋଜନ ପାଇପାରିବେ ।

Leave A Reply

Your email address will not be published.