Latest Odisha News

BREAKING NEWS

ଏକଜିଟ୍ ପୋଲକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ, ଜୁନ୍ ୪ କୁ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ ରେ ଆସିବ ନିର୍ବାଚନ ଫଳାଫଳ । କିଏ ଗଢିବ ସରକାର ତାହା କାଲି ହେବ ସ୍ପଷ୍ଟ । ସମଗ୍ର ଦେଶରେ ଏକଜିଟ୍ ପୋଲ କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହା ଭିତରେ ଏକଜିଟ୍ ପୋଲ ସର୍ଭେ କୁ ନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ସୋନିଆ କହିଛନ୍ତି, ‘ଜୁନ୍‌ ୪ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଆଉ ଦେଖନ୍ତୁ କଣ ହେଉଛି । ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ଏକଜିଟ୍‌ ପୋଲ ସହିତ ସମ୍ପୂର୍ଣ୍ଣ ବିପରୀତ ହେବ’ ।

ଏହା ପୂର୍ବରୁ ରାହୁଲ ଗାନ୍ଧି ମଧ୍ୟ ଏକଜିଟ୍ ପୋଲକୁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ଏହାକୁ ଏକଜିଟ୍ ପୋଲ ନୁହଁ ବରଂ ଫାଣ୍ଟାସି ପୋଲ୍ ବୋଲି କୁହାଯିବ । ଏଥିସହିତ ଏଥର ‘ଇଣ୍ଡିଆ’ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଥିଲେ ରାହୁଲ ।
ଏହାପରେ ‘ଇଣ୍ଡିଆ’ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି କଥାକୁ ଦୋହରାଇଛନ୍ତି । ଖଡ଼ଗେ କହିଥିଲେ ଯେ, ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଅତି କମରେ ୨୯୫ଟି ସିଟ୍‌ ମିଳିବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଅଧିକାଂଶ ଏକଜିଟ୍‌ ପୋଲ ବିରୋଧୀ ଦଳ ‘ଇଣ୍ଡିଆ’ ପାଇଁ ଏକ ବିପର୍ଯ୍ୟୟର ପୂର୍ବାନୁମାନ କରିଛି । ସର୍ଭେରେ କୁହାଯାଇଛି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି କ୍ଷମତାକୁ ଆସିବ ।

Leave A Reply

Your email address will not be published.