ଭୁବନେଶ୍ୱର: ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ସୋମବାର ଦିନ ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।
Took voluntary retirement from service today after serving long 33 years to join as Chairman, Odisha Public Service Commission. Thanks to Odisha Fire Service @OdishaFS_HGs_CD for a warm send off pic.twitter.com/9PNmc8DRSk
— SATYAJIT MOHANTY (@satyajitips88) February 28, 2021
୧୯୮୮-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ କଟକସ୍ଥିତ ନରାଜ ଠାରେ ରବିବାର ବିଦାୟ ଦିଆଯାଇଥିଲା। ପରେ ସେ ଭୁବନେଶ୍ୱରର ଓଡିଶା ପୋଲିସ୍ ଟ୍ରେନିଂ ଏକାଡେମୀରେ ଏକ ବିଦାୟୀ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଥିବା ଶ୍ରୀ ମହାନ୍ତି ଟ୍ୱିନ୍ ସିଟିର ପୋଲିସ୍ କମିଶନର ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ।
Comments are closed.