Latest Odisha News

BREAKING NEWS

୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ନବରଙ୍ଗପୁର: ନବରଙ୍ଗପୁରର ଚାନ୍ଦିଆବେଡା ଅଞ୍ଚଳରୁ ରବିବାର ଦିନ ଉମରକୋଟ ପୋଲିସ ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସଂପୃକ୍ତି ନେଇ ଆସାମ ରାଇଫଲ କର୍ମଚାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ଉମରକୋଟ୍ ସବ୍ ଡିଭିଜନାଲ ପୋଲିସ୍ ଅଧିକାରୀ (ଏସଡିପିଓ) ଦୀନେଶ କୁମାର ନାୟକଙ୍କ ନେତୃତ୍ୱାଧୀନ ସ୍ୱତନ୍ତ୍ର ସ୍କ୍ୱାର୍ଡ ରବି ନାରାୟଣ ସମର୍ଥଙ୍କ ଘରେ ଚଢଉ କରିଥିଲେ। ପରେ ସେଠାରୁ ପ୍ରାୟ ୭୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

ସେହିପରି ତାଙ୍କ ଘରୁ ଚାରିଟି ବାଇକ୍ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.