Latest Odisha News

BREAKING NEWS

[ଭିଡ଼ିଓ] ସୋର ବସ୍ ଦୁର୍ଘଟଣାରେ ୮ମୃତ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଡ ଧରଣର ବସ ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ  ମର୍ମନ୍ତୁଦ ବସ ଦୁର୍ଘଟଣା । ଦୁର୍ଘଟଣାରେ ୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ସୋମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଘରୋଇ ବସ ‘ଶାନ୍ତିଲତା’ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ବିଦୁ ଛକ ନିକଟରେ ଛିଡ଼ା ହୋଇଥିଲା । ସେହି ସମୟରେ ବସକୁ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ଉଭୟ ବସ ଓ ଟ୍ରକ ରାସ୍ତା ତଳକୁ ଖସି ୧୦ ଫୁଟ୍ ତଳକୁ ଓଲଟି ପଡିଥିଲା ।

ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋର ପୋଲିସ, ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଜାତୀୟ ରାଜପଥ କାମ ଚାଲୁଥିବାରୁ ଗୋଟିଏ ପାର୍ଶ୍ୱ ଦେଇ ଦୁଇପଟୁ ଗାଡ଼ି ଯାଆସ କରୁଛନ୍ତି । ରାସ୍ତା କାମ ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ରାସ୍ତା କଡ଼ରେ ଗଦା ହୋଇଛି । ଫଳରେ ଦ୍ରୁତଗତିରେ ଯାଉଥିବା ଗାଡ଼ି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ।

ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା ।

Comments are closed, but trackbacks and pingbacks are open.