Latest Odisha News

BREAKING NEWS

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା , ଅବସରପ୍ରାପ୍ତ ସରକାରୀ ଅଫିସର ନିରଞ୍ଜନ ସେଠୀ ଗିରଫ

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।ମାମଲା ସହ ସଂପୃକ୍ତ ଅଭିଯୋଗରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କୁ ଭଦ୍ରକ ପୋଲିସ ଗିରଫ କରିଛି ।ଏହା ସହ ରାଜ୍ କମୁନିକେସନ ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।ମାନସ ସ୍ୱାଇଁ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ମାନସ ସ୍ୱାଇଁ ଅପହରଣର ପୂର୍ବଦିନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ ଶର୍ମିଷ୍ଠାଙ୍କୁ ବାରମ୍ବାର ଫୋନ କରିଥିଲୋ ।

ଏନେଇ ଶର୍ମିଷ୍ଠାଙ୍କ ଫୋନ ରେକର୍ଡରୁ ତଥ୍ୟ ମିଳିଛି ।ଶୁଣିବାକୁ ମିଳିଛି କୁଆଡେ ନିରଞ୍ଜନ ସେଠୀ ମାନସଙ୍କୁ ଚିଫ୍ ମାଗିଥିଲେ । ହେଲେ ସେ ଚିଫରେ କଣ ଥିଲା ତାହା ତଦନ୍ତ ପରେ ଜଣାପଡିବ ।ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ ଜାରି ରଖିଛି ପୋଲିସ ।ସେହିପରି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଥିବା ଜଣାପଡିଛି । ଗତ ଫେବ୍ରୁଆରୀ ୭ ତାରିଖରେ ମାନସ ସ୍ୱାଇଁଙ୍କୁ ଅପହରଣ କରି ନିଆଯାଇଥିଲା । ପରେ ଗତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁରର ବଧିପାଟଣା ଜଙ୍ଗଲରୁ ମାଟି ଖୋଳି ତାଙ୍କର ଗଳିତ ମୃତଦେହ ମିଳିଥିଲା ।

Comments are closed.