Latest Odisha News

BREAKING NEWS

ବେଦୀଙ୍କ ସହ ତୁଳନା, ମ୍ୟାଚ ଫିକ୍ସିଂ ଅଭିଯୋଗ ପରେ ହରମୀତଙ୍କ ସଫଳ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସ୍ପିନର ହରମୀତ ସିଂ ଟିମ ଇଣ୍ଡିଆ ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ପ୍ରଭାବିତ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ହରମୀତ ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ପ୍ରତ୍ୟାବର୍ତନ କରିଛନ୍ତି । ଶିବମ ଦୁବେ ଓ ଅକ୍ଷର ପଟେଲଙ୍କ ୱିକେଟ ସେ ନେଇଥିଲେ । ଯୁବ ବୟସରେ ତାଙ୍କ ବୋଲିଂ ଆକ୍ସନ ମହାନ ସ୍ପିନର ବିଶେନ ସିଂ ବେଦୀଙ୍କ ସହିତ ମେଳ ଖାଉଥିଲା । ବଲକୁ ଫ୍ଲାଇଟ କରିବା ଦକ୍ଷତା ତାଙ୍କୁ ପିଲାବେଳେ ଅନ୍ୟମାନଙ୍କଠାରୁ ଅଲଗା କରିଥିଲେ ।

 ମହାନ ଖେଳାଳି ଦିଲୀପ ସରଦେଶାଇ ତାଙ୍କ ବୋଲିଂରେ ଚକିତ ହୋଇ ପଡିଥିଲେ । ୨୦୦୦ରେ ସେ ଭାରତ ପକ୍ଷରୁ ୧୯ ବର୍ଷରୁ କମ ବିଶ୍ୱକପ ଖେଳିଥିଲେ । ଅବଶ୍ୟ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ସେ ୧୬ ଏବଂ ୧୯ ବର୍ଷରୁ କମ ମୁମ୍ବାଇ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ୧୬ ବର୍ଷ ବୟସରେ ସେ ରମାକାନ୍ତ ଆଚେରକର ସ୍କଲାରଶିପ ପାଇଥିଲେ । ଏହା ପରେ ସେ ରଣଜୀ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ । ୨୦୧୦ରେ ହିମାଚଳ ପ୍ରଦେଶ ଓ ତାମିଲନାଡୁ ବିପକ୍ଷରେ ସେ ଚମତ୍କାର ବୋଲିଂ କରିଥିଲେ ମଧ୍ୟ ପରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦଳରେ ସାମିଲ କରାଯାଇ ନ ଥିଲା ।

୨୦୧୩ ଆଇପିଏଲ ସ୍ପଟ ଫିକ୍ସିଂରେ ତାଙ୍କ ନାମ ଉଠିଲା । ସଟ୍ଟେବାଜ ତାଙ୍କୁ ସାମିଲ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କମ ବୟସ ଯୋଗୁ ସାମିଲ କରି ନ ଥିଲେ । ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ତେବେ ଏହା ପରଠାରୁ ଚୟନ କମିଟି ତାଙ୍କୁ ଅଣଦେଖା କରିଥିଲେ । ଭାରତରେ ତାଙ୍କ କ୍ୟାରିୟର ପ୍ରାୟତଃ ଶେଷ ହୋଇ ଯାଇଥିଲା । ହରମୀତ ଆମେରିକା ପଳାଇ ଯାଇଥିଲେ । ସେଠାରେ ବାମହାତୀ ସ୍ପିନର ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ୨୦୨୪ ଟି୨୦ ବିଶ୍ୱକପ ସେ ଖେଳିଥିଲେ । ଏଥର ସେ କିନ୍ତୁ ଜଣେ ଅଭିଜ୍ଞ ସ୍ପିନର ଭାବେ ବିଶ୍ୱର ଶକ୍ତିଶାଳୀ ଟି୨୦ ବିପକ୍ଷରେ ଖେଳିଥିଲେ । ହରମୀତଙ୍କ ଉଦ୍ୟମ ନିଶ୍ଚିତ ଭାବେ ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.