Latest Odisha News

ଚପଲ ଦୋକାନ ଆଜବେଷ୍ଟ ଭାଙ୍ଗି ଲୁଟିନେଲେ

ସୁବର୍ଣ୍ଣପୁର : ପୁଣି କଳାକନା ବୁଲାଇଲେ ଚୋର । ଗତକାଲି ବିଳମ୍ବିତ ରାତିରେ ଚପଲ ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । ଏମିତି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ  । ଗଣେଶ ମାର୍କେଟ କମ୍ପ୍ଲେକ୍ସ ରେ ଥିବା କୃପାମୟୀ ଚପଲ ଦୋକାନର ଆଜବେଷ୍ଟ୍ ଭାଙ୍ଗି କଲାକନା ବୁଲାଇଛନ୍ତି ଚୋର । ସବୁଦିନ ପରି ଗତ ରାତିରେ ମଧ୍ୟ ଦୋକାନ ମାଲିକ ପ୍ରଦୀପ ବେହେରା ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ହେଲେ ଆଜି ସକାଳୁ ଦୋକାନ ଖୋଲିବା ମାତ୍ରେ ଉପର ଆଜବେଷ୍ଟ ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ ।

ଦୋକାନ ଭିତରେ ଚପଲ ଗୁଡିକ ଏପଟ ସେପଟ ହୋଇ ପଡିରହିଥିବାବେଳେ  ଡ୍ରୟର ରେ ଥିବା ୩୫୦୦ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ପ୍ରଦୀପ ସୋନପୁର ପୋଲିସକୁ ଖବର ଦେଇଥିଲେ  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ଏହି ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏଭଳି ଚୋରି ଡକାୟତି ବଢ଼ି ଚାଲିଥିବାବେଳେ ପୋଲିସର ନିରବତା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.