Latest Odisha News

BREAKING NEWS

ଲୋକଙ୍କ କାମ ନହେଲେ ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସବୁ ତହସିଲଦାର, ଆରଆଇ, ଅମିନଙ୍କୁ ତାଗିଦ କରିଛି ରାଜସ୍ୱ ବିଭାଗ। ଲୋକଙ୍କ କାମ ନହେଲେ ୧୫ ଦିନ ଭିତରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜସ୍ବ ବିଭାଗ।

ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠି ଆନୁଯାୟୀ, କିଛି ବିଭାଗର ଅଧିକାରୀ ଲୋକଙ୍କୁ ସେବା ଦେବାରେ ଅବହେଳା କରୁଛନ୍ତି। ଅଭିଯୋଗକୁ ସମାଧାନ କରୁନଥିବାରୁ ଲୋକଙ୍କୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିବାକୁ ପଡୁଛି। ଏହା ଦ୍ୱାରା ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମାଧାନ ପାଇଁ ଲୋକମାନେ ଦେଉଥିବା ଅଭିଯୋଗ ବିନା ଶୁଣାଣିରେ ନିୟମିତ ପ୍ରକ୍ରିୟାରେ ଖାରଜ ହେଉଥିବା ମଧ୍ୟ ନଜରକୁ ଆସୁଛି। ଗ୍ରାଉଣ୍ଡରେ ଥିବା ଅଧିକାରୀ ଉତ୍ତର ଦାୟିତ୍ୱ ନେଉନଥିବାରୁ ଏହିସବୁ ସମସ୍ୟା ସୃଷ୍ଟି ହେଉଛି।

ସେହିପରି ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ବିଭାଗ। ଆଗକୁ ଏପାରି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରି ବିଭାଗ ପକ୍ଷରୁ କୁହାଯାଇଛି।

 

Comments are closed.