Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା । ଏହି ଘଟଣାରେ ବିଦ୍ୟାଧର ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ସମ୍ପୃକ୍ତି ଥିବା ଜଣାପଡିଛି ।

ସରକାରୀ ସୂତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଜେଜେବାପାଙ୍କ ନାଁରେ ଥିବା ଜମି ପଟ୍ଟାକୁ ତାଙ୍କ ନାଁରେ କରାଇବାକୁ ଆରଆଇ ପ୍ରମୋଦ ବେହେରାଙ୍କ ନିକଟକୁ ଆସିଥିଲେ । ହେଲେ ଏହା ବଦଳରେ ଉକ୍ତ ବ୍ୟକ୍ତିଙ୍କ ନାଁ ରେ ଜମି କରାଇଦେବାକୁ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଉକ୍ତ ବ୍ୟକ୍ତି ଜଣକ । ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବାବେଳେ ଚଢାଉ କରି ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

ଏହାସହ ଆରଆଇ ବେହେରାଙ୍କ ଦୁଇଟି ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ଅନେକ ତଥ୍ୟ ମିଳିବା ନେଇ ଆଶା ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.