ଭୁବନେଶ୍ୱର: ବିଧାନସଭାରେ ହଟ୍ଟଗୋଳ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ନିନ୍ଦା କଲେ ରାଜସ୍ବ ମନ୍ତ୍ରୀ। ବିଧାନସଭାରେ ଘଣ୍ଟ ବଜାଇବାକୁ ନାପସନ୍ଦ କଲେ। ପୂର୍ବ ଉଦାହରଣ ଦେଇ କଂଗ୍ରେସକୁ ଟାର୍ଗେଟ୍ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ, ୧୮ ଦିନରେ ୩୧ ଘଣ୍ଟା ଚାଲିପାରିନାହିଁ ବିଧାନସଭା ଗୃହ କାର୍ଯ୍ୟ।
ସୂଚନା ଅନୁଯାୟା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରି ବିଧାନସଭାରେ ଗୃହ ଅଚଳ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଅତୀତରେ ଉତ୍ତର ପ୍ରଦେଶ ବିଧାନସଭାରେ ରକ୍ତାକ୍ତ ବିଧାୟକଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିଥିଲା। ଏ ପୃଷ୍ଠ ଭୂମିରେ ଓଡ଼ିଶା ବିଧାନସଭା ଶାନ୍ତିରେ ଅଛି। ପ୍ରତିବାଦ କରିବାର ଢଙ୍ଗ ଅଛି। ଆଚରଣ ସଂସ୍କାର ଧୀରେ ଧୀରେ ବିଧାନସଭା ଓ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛି। ମହିଳା ବାଚସ୍ପତିଙ୍କ ସାମ୍ନାରେ ହୁଇସିଲ ମାରିବା, ପୋଡିୟମ ଉପରକୁ ଚଢିବା ଏବଂ ଘଣ୍ଟ ବଜାଇବା। ଅଷ୍ଟ ପ୍ରହରୀରେ ଘଣ୍ଟ, ଗିନି, ମୃଦଙ୍ଗ ବାଜିବା ଦେଖିଛୁ କିନ୍ତୁ ଗୃହ ଭିତରେ ଏସବୁ ଠିକ୍ ନୁହେଁ। ସମାଧାନ ପାଇଁ ୩ ଥର ସର୍ବଦଳୀୟ ବୈଠକ ଡାକି ସାରିଲେଣି। ୧୮ ଦିନ ଭିତରେ ୩୧ ଘଣ୍ଟାର କାର୍ଯ୍ୟ ହୋଇପାରିନାହିଁ।
ସେହିପରି ୧୪୭ ଜଣ ବିଧାୟକ ଅଛନ୍ତି। ଗୃହରେ ବସିବା ପାଇଁ ଆମକୁ ସିଟିଙ୍ଗ ଫି’ ମିଳିଥାଏ। ବିଭିନ୍ନ ବିଭାଗର ଅଧିକାର, କର୍ମଚାରୀ ଆସି କାମ କରନ୍ତି। ବିଧାନସଭାର ଅଧିବେଶନରେ ୧ ଘଣ୍ଟାରେ କେତେ ଖର୍ଚ୍ଚ ହେଉଛି। ବିଭିନ୍ନ ପୋଲିସ ବି ଆସୁଛନ୍ତି। ସାଧାରଣ ଲୋକଙ୍କ ଟିକସରେ ବିଧାନସଭା ଚାଲେ। ବିଜେପି ସରକାର ପ୍ରସ୍ତୁତ ଅଛନ୍ତି ଆଲୋଚନା ପାଇଁ। ପ୍ରଶ୍ନ ଉତ୍ତର କରେଇ ନଦେବା, ମୁଁ କିଛି କରିବି ନାହିଁ, କାହାକୁ କରେଇ ଦେବି ନାହିଁ ଏ ଆଚରଣ ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ।
ଏଭଳି ଚାଲିଲେ ଓଡ଼ିଶା ବାସି କ୍ଷମା ଦେବେ ନାହିଁ । ଘଣ୍ଟ, ଗିନି ବଜେଇବା ପାଇଁ ଲୋକେ ପଠେଇ ନାହାନ୍ତି । ସେମାନଙ୍କୁ ସହଜ ମାଧ୍ୟମ ଦରକାର । ନିଜେ ସରକାରରେ ନ ରହିଲେ ପ୍ରତ୍ୟେକ ଥର ଏମିତି କରନ୍ତି। ତାଙ୍କ ର ଭୋଟ ହାର କମି କମି ଯାଉଛି। ୮୨ ଟି ବିଧାନସଭାରେ ୫ ହଜାର ଛୁଇଁ ପାରିଲେ ନାହିଁ । ୨୦ ବିଧାନସଭାରେ ନୋଟା ଠାରୁ କମ। ଭଲ ପ୍ରସଙ୍ଗ ଉଠାଅ ନହେଲେ ପରବର୍ତ୍ତୀ ନିର୍ବାଚନରେ ସିଙ୍ଗିଲ ଅଙ୍କକୁ ଆସିଯିବ ।
Comments are closed.