Latest Odisha News

BREAKING NEWS

Revenue Minister Writes Letter: ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚିଠି । ଓଡ଼ିଶାକୁ ପ୍ରତିବର୍ଷ ଆସୁଥିବା ବିପର୍ଯ୍ୟୟ ପରିଚାଳନା ଲାଗି ୫ ଦାବି କଲେ ରାଜସ୍ବ ମନ୍ତ୍ରୀ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ଦାବି ନେଇ ଚିଠିରେ ଉଲ୍ଲେଖ ।

୮୩୬୩ କୋଟି ଟଙ୍କାରେ ରାଜ୍ୟରେ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ପରିବହନ ଏବଂ ବଣ୍ଟନ ଭିତ୍ତିଭୂମି ବିକଶିତ କରିବା ପାଇଁ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି । ବିପର୍ଯ୍ୟୟ ଆଗୁଆ ସତର୍କ ସୂଚନା ଆଧୁନିକୀକରଣ ପାଇଁ ୨୦୦ କୋଟି ଦାବି ଦାବି କରିଛନ୍ତି ।

ସେହିପରି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଉପକୂଳ କ୍ଷୟ ନିବାରଣ ଏବଂ ଉପକୂଳ ଜୀବିକା, ଇକୋସିଷ୍ଟମର ସୁରକ୍ଷା ଏବଂ ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ଯୋଜନାରେ ଅନୁଦାନ ଦେବାକୁ ଚିଠିରେ ଲେଖାଯାଇଛି । ବିପର୍ଯ୍ୟୟ ପରିଚାଳନା ନେଇ ଜାତୀୟ, ଆନ୍ତର୍ଜାତୀୟ ସହଯୋଗ ଲୋଡ଼ିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Comments are closed.