ନୂଆଦିଲ୍ଲୀ: ବଲିଉଡ୍ର ଏଭର୍ଗ୍ରୀନ୍ ଅଭିନେତା ଅନିଲ କପୁର ଓ ପତ୍ନୀ ସୁନୀତା କପୁରଙ୍କ ଝିଅ ତଥା ନିର୍ମାତା ରିୟା କପୁର ବିବାହ ବନ୍ଧନରେ ବାନ୍ଧିହେବେ। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ କରଣ ବୁଲାନିଙ୍କୁ କରିବାକୁ ଯାଉଛନ୍ତି। ୧୪ ଅଗଷ୍ଟ ଅର୍ଥାତ୍ ଆସନ୍ତା କାଲି ହାତକୁ ଦିହାତ ହେବେ ରିଆ। ଏହି ଅନ୍ତରଙ୍ଗ ବିବାହ ସମାରୋହ ଅନିଲ କପୁରଙ୍କ ଜୁହୁସ୍ଥିତ ବଙ୍ଗଳା ଠାରେ ଅନୁଷ୍ଠିତ ହେବ। କେବଳ ପରିବାର ଏବଂ ଦମ୍ପତିଙ୍କ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଏହି ବିବାହ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ରିୟା ଏବଂ କରଣଙ୍କ ପ୍ରେମ ସମ୍ପର୍କ ପ୍ରାୟ ୧୩ ବର୍ଷର। କରଣ ବୁଲାନି ଜଣେ ଚଳଚ୍ଚିତ୍ର ନିର୍ମାତା ଯିଏ ଅନେକ ବିଜ୍ଞାପନରେ କାମ କରିନ୍ତି। ସେ ରିୟା କପୁରଙ୍କ ଦ୍ୱାରା ନିର୍ମିତ ଆୟଶା ଏବଂ ୱେକ୍ ଅପ୍ ସିଡ୍ ଭଳି ଚଳଚ୍ଚିତ୍ରରେ ମଧ୍ୟ ରିୟାଙ୍କୁ ସାହାଯ୍ୟ କରିଛନ୍ତି।
Comments are closed.