ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆରଆଇ) । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଅଭିଯୁକ୍ତ ଆରଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି ।
ଖବର ମୁତାବକ, ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ କୃଷି ଜମିକୁ ଘରବାଡ଼ି ଜମିରେ ପରିଣତ କରିବା ପାଇଁ ଭାଗବତ ଖଟୁଆ ତାଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ତ ହୋଇ ସମସ୍ତ ଘଟଣା ଜଣାଇଥିଲେ । ଆଉ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଲୁଚି ରହିଥିଲେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ।
ଏହାପରେ ଅଭିଯୁକ୍ତ ଖଟୁଆଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବାବେଳେ, ଖଟୁଆଙ୍କ ଦୁଇଟି ବାସସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।
Comments are closed.