Latest Odisha News

BREAKING NEWS

ମହଙ୍ଗା ପଡିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଆରଆଇ ବାବୁ

ଭଦ୍ରକ: ଘରବାରି ପଟ୍ଟା କରାଇଦେବା ନାମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଂଥ ତହସିଲ କାର୍ଯ୍ୟାଳୟର ରାଜସ୍ୱ ନିରୀକ୍ଷକ ଶରତ କୁମାର ଜେନା । ଲାଞ୍ଚ ଟଙ୍କା ନେବାବେଳେ ସିଧାସଳଖ ମାଡିବସିଥିଲା ଭିଜିଲ୍ସ ଟିମ୍ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ଶ୍ରୀ ଜେନାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଆରଆଇ ଶରତ ଜେନା ଘରବାରି ପଟ୍ଟା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ ଅଭିଯୋଗକାରୀ । ପୂର୍ବ ଯୋଜନା ଅନୁସାରେ ଆଜି ଯେତେବେଳେ ଅଭିଯୋଗକାରୀ ଶ୍ରୀ ଜେନାଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ ସେତେବେଳେ ଛକି ବସିଥିବା ଭିଜିଲାନ୍ସ ଟିମ୍ ସିଧାସଳଖ ଚଢାଉ କରିଥିଲା । ଶ୍ରୀ ଜେନାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.