Latest Odisha News

BREAKING NEWS

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମିଳିବନି ଆଣ୍ଟିବାୟୋଟିକ୍‌, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବା ଏବଂ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ କହିଛି ମନ୍ତ୍ରାଳୟ । ଆଣ୍ଟିବାୟୋଟିକ୍‌ର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଆଣିବା ପରେ ଆକ୍ସନ ମୁଡରେ ଏବେ ରାଜ୍ୟ ସରକାର ।

 

ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରି ପାରିବେନି। ଯଦି ବିକୁଥିବା ନେଇ ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

 

ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଏନେଇ ପୂର୍ବରୁ ନିୟମ ରହିଛି । ତେବେ ଆଣ୍ଟିବାୟୋଟିକ୍ସର ଯୁକ୍ତି ସଂଗତ ବ୍ୟବହାର ହେଉନଥିବାରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଡାକ୍ତରଙ୍କ ପ୍ରେସକିପସନ ବିନା ଦୋକାନୀ ଔଷଧ ଦେବା କଥା ନୁହେଁ । ଦୀର୍ଘଦିନ ଧରି ଚାଲିଆସୁଥିବା ଏପରି ଅବ୍ୟବସ୍ଥା ଉପରେ ନିୟନ୍ତ୍ରଣ ଆସିବା ଦରକାର ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

 

ସେ ଆହୁରି କହିଛନ୍ତି ଯେ, ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ପ୍ରେସକ୍ରାଇବ କରିବାର କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ଅନୁଚ୍ଛେଦ ଏଚ୍ ରେ ୫୫୧ ଡ୍ରଗସ୍‌ ଅଛି । ଏଚ୍1 ରେ 47 ପ୍ରକାର ଡ୍ରଗସ୍‌ ଅଛି ଯାହା କି ହାୟର ଆଣ୍ଟିବାୟୋଟିକ୍ସ ଅଟେ । ଏଥିପାଇଁ ଦୋକାନୀ ରେଜିଷ୍ଟର କଡ଼ାକଡ଼ି ପାଳନ କରିବାର ନିୟମ ଅଛି ।

Leave A Reply

Your email address will not be published.