Latest Odisha News

BREAKING NEWS

ପୋଲିସ ସହିଦ ସ୍ମୃତି ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ କରାଯାଉଛି ୬୧ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ ସହିଦ ପୋଲିସ କର୍ମଚାରୀଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶମାତୃକା ପାଇଁ ସେମାନଙ୍କର ବଳିଦାନ ଓ ସେବାକୁ ମନେ ପକାଇଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ପାଳିତ ହୋଇଛି ପୋଲିସ ସହିଦ ସ୍ମୃତି ଦିବସ । ପୋଲିସ କର୍ମଚାରୀଙ୍କ ବଳିଦାନକୁ ସମସ୍ତେ ମନେ ପକାଇଛନ୍ତି । ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ପୋଲିସ ମେମୋରିଆଲରେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, କରୋନାରେ ୩୪୩ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅମିତ ଶାହ ।

ଓଡିଶାରେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ୬୧ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପୋଲିସ ଡିଜି ଅଭୟ । କରୋନା ଡ୍ୟୁଟି ବେଳେ ସହିଦ ୪୧ ଜଣ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପକ୍ଷରୁ ଦିଆଯାଇଥିବା ବାର୍ତ୍ତି ପାଠ କରାଯାଇଥିଲା । ରାଜ୍ୟରେ ଜିଲ୍ଲାସ୍ତରରେ ବି ପାଳିତ ହୋଇଛି ପୋଲିସ ସହିଦ ସ୍ମୃତି ଦିବସ ।

୧୯୫୯ ମସିହା ଆଜିର ଦିନରେ ଲଦାଖରେ ଚୀନ ସେନାର ଆକ୍ରମଣରେ ସିଆରପିଏଫର ୧୦ ଯବାନ ସହିଦ ହୋଇଥିଲେ । ଭାରତ ଇତିହାସରେ ପ୍ରଥମ ଥର ସୀମାରେ ସୈନା ନୁହେଁ ପୋଲିସର ଯବାନ ସହିଦ ହୋଇଥିଲେ । ସେମାନଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତରିଖକୁ ପୋଲିସ ସହିଦ ଦିବସ ଭାବରେ ପାଳନ କରାଯାଉଛି ।

Leave A Reply

Your email address will not be published.