Latest Odisha News

ବିଶ୍ୱ କରୋନା ମିଟର: ୨୪ ଘଣ୍ଟାରେ ୩.୮୬ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ପ୍ରାୟ ଚାରି ଲକ୍ଷ କରୋନା ମାମଲା ବୃଦ୍ଧି ପାଉଥିବ‌ା ଦେଖିବାକୁ ମିଳିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩.୮୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୬୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ନିକଟ ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ସାମ୍‌ନାକୁ ଆସିଥିଲା। ଏହା ପରେ ଭାରତ, ବ୍ରାଜିଲ, ବ୍ରିଟେନ, ଫ୍ରାନ୍ସ, ଆର୍ଜେଣ୍ଟିନା, ଋଷିଆ ଏବଂ ସ୍ପେନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା।

ୱାର୍ଲଡ ମିଟର ଅନୁଯାୟୀ, ବିଶ୍ୱରେ ୪ କୋଟି ୧୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୨୮ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୬ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ୯୨ ଲକ୍ଷ ୭୬ ହଜାର ସକ୍ରିୟ ମାମଲା ଅଛି, ଅର୍ଥାତ୍ ବର୍ତ୍ତମାନ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.