Latest Odisha News

BREAKING NEWS

‘ଭୁବନେଶ୍ବରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍, ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ’

ଭୁବନେଶ୍ବର: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ମେସିନ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ ।

ଏହି ଉପାୟରେ ଆସନ୍ତା ସପ୍ତାହକ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପରେ ରାଜ୍ୟର ସବୁ ଜିଲ୍ଲାରେ ଏପରି ଚାଉଳ ଏଟିଏମ୍‌ ଖୋଲାଯିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତିଯେ, ଚାଷୀଙ୍କ ଠାରୁ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କାରେ କିଣାଯିବ । ଇସ୍ତାହାରରେ କହିଛୁ, ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ଶହ ଦେବୁ । କାଲି କେନ୍ଦ୍ର ୨୩ ଶହ କଲା ପରେ, ଆମକୁ ସୁବିଧା ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି, ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ହେଲେ ଏବେ ୮୦୦ ଟଙ୍କା ଦେବାକୁ ପଡ଼ିବ । ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ । ଏନେଇ କୌଣସି କଟନୀ ଛଟନୀ କରାଯିବନାହିଁ, କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.