Latest Odisha News

BREAKING NEWS

ଓଟିଭି ଷ୍ଟୁଡିଓ ସାଇଟ୍ ଇନ୍‌ଚାର୍ଜଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସାରୁଅ ଜମି ବିବାଦ ମାମଲାରେ ପୁଣି ଆଉ ଜଣେ ଓଟିଭିର କର୍ମଚାରୀଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ । ଗତ ବିଳମ୍ବିତ ରାତିରେ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଉଠାଇ ନେଇଛି ।

ସୂଚନା ଅନୁଯାୟୀ, ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ ୧୫ରୁ ୨୦ ଜଣ ପୋଲିସ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ । ଏହାପରେ  ପୋଲିସ ତାଙ୍କୁ ହଠାତ ସେଠାରୁ ଜୋର ଜବରଦସ୍ତ ଭାବେ ଉଠାଇ ନେଇଥିଲା । ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.