Latest Odisha News

ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍

ନୂଆଦିଲ୍ଲୀ :ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍ । ମାନ୍ୟା ସିଂହଙ୍କ ଏହି ଯାତ୍ରା ବହୁତ ସଂଘର୍ଷମୟ ଥିଲା। ମିସ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଇନଷ୍ଟାଗ୍ରାମରେ ସେ ନିଜ କାହାଣୀ ସେୟାର କରିଛନ୍ତି। କିଭଳି ଜଣେ ରିକ୍ସା ଚାଳକଙ୍କ ଝିଅ ମିସ୍ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିଛି ସେ କାହାଣୀ ସେ ସେୟାର କରିଛନ୍ତି ।

ମାନ୍ୟା ସିଂହଙ୍କ ଜୀବନ ସଂଘର୍ଷମୟ ଥିଲା । ତାଙ୍କ ପିତା ଜଣେ ରିକ୍ସା ଚାଳକ । ଜୀବନ ସଂଘର୍ଷମୟ ଥିଲା । ସ୍ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବାକୁ ସେ ବହୁତ କଷ୍ଟ କରିଛନ୍ତି । ଅନେକ ରାତି ସେ ଅଖିଆ ଶୋଇଛନ୍ତି । ନିଜ ପରିବାରର ଫଟୋ ସେୟାର କରି ମାନ୍ୟା ଲେଖିଛନ୍ତି, “ମୁଁ ନ ଖାଇ ନ ଶୋଇ ଅନେକ ରାତି ବିତାଇଛି । ଖରା ତରାରେ ମାଇଲ ମାଇଲ ବାଟ ଚାଲିଛି । ମୋ ସ୍ବପ୍ନ ପୁରା କରିବାକୁ ରକ୍ତ ଝାଳ ଏକ କରିଦେଇଥିଲି । ରିକ୍ସା ଚାଳକଙ୍କ ଝିଅ ହୋଇଥିବାରୁ ସ୍କୁଲ ଯିବାକୁ କେବେ ମଉକା ମିଳିନି । କାରଣ କମ ବୟସରୁ ମୋତେ କାମ କରିବାକୁ ପଡିଥିଲା । ଭାଗ୍ୟ ମୋ ପକ୍ଷରେ ନଥିଲା । ବହୁତ କଷ୍ଟରେ ମୋତେ ମୋ ପରିବାର ପାଠ ପଢ଼ାଇଛନ୍ତି । ଡିଗ୍ରୀ ପରୀକ୍ଷା ଫିସ ଦେବା ପାଇଁ ମୋ ବାପା-ମା’ ଗହଣା ବନ୍ଧା ପକାଇଥିଲେ । ମୋ ମା’ ବହୁତ କଷ୍ଟ ସହିଛି । ୧୪ ବର୍ଷ ବୟସରେ ମୁଁ ଘରୁ ପଳାଇ ଆସିଥିଲି।

ସେ ଆଗକୁ କହିଛନ୍ତି, “ମୁଁ ସକାଳେ ପଢ଼ୁଥିଲି ଓ ସନ୍ଧ୍ୟାରେ ଲୋକଙ୍କ ଘରେ ବାସନା ମାଜୁଥିଲି । ପୁଣି ରାତିରେ କଲ ସେଣ୍ଟରରେ କାମ କରୁଥିଲି । ରିକ୍ସା ଭଡା ବଞ୍ଚାଇବାକୁ ମୁଁ ଘଣ୍ଟା ଘଣ୍ଟା ଧରି ମାଇଲ ମାଇଲ ବାଟ ଚାଲୁଥିଲି । ଏତେ କଷ୍ଟ କରିବା ପରେ ମୁଁ ଆଜି ଏଇଠି ପହଞ୍ଚିଛି । ମୋ ବାପା-ମା ଓ ଭାଇ ପାଇଁ ମୁଁ ଆଜି ଫେମିନା ମିସ ଇଣ୍ଡିଆ ୨୦୨୦ ମଞ୍ଚ ଯାଏଁ ପହଞ୍ଚି ପାରିଛି । ସମସ୍ତଙ୍କ ପାଇଁ ମୋର ଗୋଟିଏ ସନ୍ଦେଶ, ନିଜ ସ୍ବପ୍ନ ପୁରା କରିବାକୁ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ।”

Leave A Reply

Your email address will not be published.