Latest Odisha News

BREAKING NEWS

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି : କାଲିଠୁ ଆରମ୍ଭ ହେବ ଅଭିଯାନ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ସମ୍ପ୍ରଦାୟ ଠାରୁ ପାଣ୍ଠି ସଂଗ୍ରହ କରିବ ଆରଏସଏସପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ ସହ ଜଡିତ ରାଷ୍ଟ୍ରୀୟ ମୁସଲମାନ ମଞ୍ଚ ନାମକ ସଂଗଠନ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ସମ୍ପ୍ରଦାୟ ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି । ଆସନ୍ତାକାଲିଠୁ ରାଷ୍ଟ୍ରୀୟ ମୁସଲମାନ ମଞ୍ଚର ସଂଯୋଜକ ଇନ୍ଦ୍ରେଶ କୁମାର ଲକ୍ଷ୍ନୌରୁ ଏହି ଅଭିଯାନ ଆରମ୍ଭ କରିବେ । 

ଆରଏସଏସ ତରଫରୁ ରାଷ୍ଟ୍ରୀୟ ମୁସଲମାନ ମଞ୍ଚକୁ ଦେଶର ବିଭିନ୍ନ ଭାଗରୁ ମୁସଲମାନ ସମ୍ପ୍ରଦାୟ ଠାରୁ ଯୋଗଦାନ ନେବାକୁ କୁହାଯାଇଛି। ବର୍ଷ ବର୍ଷ ଧରି ଲୋକଙ୍କ ମନରେ ଚାଲିଥିବା ନକାରାତ୍ମକ ଚିନ୍ତାଧାରାକୁ ଦୂର କରିବାକୁ ଆରଏସଏସର ଏହା ଏକ ପ୍ରୟାସ ବୋଲି କୁହାଯାଉଛି। ଆରଏସଏସ ସୂତ୍ରରୁ ଜଣାପଡିଛି ଯେ ଇନ୍ଦ୍ରେଶ କୁମାର ଲକ୍ଷ୍ନୌରେ ଦୁଇ ଦିନ ରହିବେ ଓ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଲୋକଙ୍କ ସହ ସାକ୍ଷାତ କରିବେ ।

ଆରଏସଏସ ତରଫରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଦାୟିତ୍ୱ ମୁଖ୍ୟତଃ ବିଶ୍ୱ ହିନ୍ଦୁ ପରିଷଦକୁ ଦିଆଯାଇଛି। ଜାନୁଆରୀ ୧୫ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି ଓ ଫେବୃଆରୀ ୨୬ ତାରିଖ ଯାଏଁ ଏହି ଅଭିଯାନ ଚାଲିବ ।

Leave A Reply

Your email address will not be published.