Latest Odisha News

ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିପାରିବେ ଏହି ଖେଳାଳି: ରିକି ପଣ୍ଟିଙ୍ଗ

ନୂଆଦିଲ୍ଲୀ: କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଦୁଇ ଦଶନ୍ଧିରୁ ଅଧିକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୫୯୨୧ ଟେଷ୍ଟ ରନ୍ ସ୍କୋର କରିଥିଲେ।

ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ ଜୋ ରୁଟ୍ ଏହି ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ରେକର୍ଡକୁ ଭାଙ୍ଗି ପାରିବେ।

ଇଂଲଣ୍ଡର ଇନ-ଫର୍ମ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ୧୨୦୦୦ ରନ୍ ଅତିକ୍ରମ କରି ସପ୍ତମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ଏପର୍ଯ୍ୟନ୍ତ ସେ ୧୪୩ଟି ଟେଷ୍ଟରେ ୧୨୦୨୭ ରନ୍ ସଂଗ୍ରହ କରିଛନ୍ତି। ତେବେ ୨୦୦ ଟେଷ୍ଟ ମ୍ୟାଚରେ ତେନ୍ଦୁଲକରଙ୍କ ନାମରେ ୧୫୯୨୧ ରନ୍ ରହିଛି। ସେହିପରି ୧୬୮ ଟେଷ୍ଟ ମ୍ୟାଚରେ ପଣ୍ଟିଙ୍ଗ ୧୩୩୭୮ ରନ୍ ବନାଇଛନ୍ତି।

ତେବେ ଚଳିତ ବର୍ଷ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସ ମ୍ୟାନଙ୍କ ମଧ୍ୟରେ ଜୋ ରୁଟ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ୭୪୦ରନ୍ ସହ ଶୀର୍ଷରେ ଅଛନ୍ତି।

Comments are closed.