Latest Odisha News

BREAKING NEWS

ବାପାଙ୍କ ଶେଷ ଦର୍ଶନ ଲାଗି ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପ୍ରଖ୍ୟାତ ବଲିଉଡ ଅଭିନେତା ଋଷି କପୁରଙ୍କର ଗୁରୁବାର ଦିନ ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଦେହାନ୍ତ ହୋଇଛି।

କ୍ୟାନ୍ସରରେ ପୀଡିତ ଥିବା ଋଷିଙ୍କର ମୁମ୍ବାଇରେ ମୃତ୍ୟୁ ହୋଇଯାଇଥିବା ବେଳେ ଲକଡାଉନ ଯୋଗୁଁ ବାପାଙ୍କୁ ହସ୍ପିଟାଲରେ ଦେଖିବାକୁ ଆସିପାରିନାହାନ୍ତି ତାଙ୍କ ଝିଅ ରିଦ୍ଧିମା।

ରିଦ୍ଧିମା ଦିଲ୍ଲୀରେ ରହୁଥିବା ବେଳେ ବାପାଙ୍କର ଶେଷ ଦର୍ଶନ ପାଇଁ ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରୁ ମୁମ୍ବାଇ ଆସିବାକୁ ସରକାରଙ୍କ ଅନୁମତି ଲୋଡିଥିଲେ। ଏ ନେଇ ସେ ଦିଲ୍ଲୀ ସରକାର ଓ ପ୍ରଶାସନକୁ ପତ୍ର ମଧ୍ୟ ଲେଖିଥିଲେ।

ପ୍ରାପ୍ତ ସୂଚନାନୁଯାୟୀ ଏଭଳି ଦୁଃଖଦ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ସଡକ ପଥରେ ଯିବା ପାଇଁ ତାଙ୍କୁ ପାସ ପ୍ରଦାନ କରାଯାଇଛି।

କରୋନା ମହାମାରୀ ଯୋଗୁଁ ସାରା ଦେଶ ଏବେ ଲକଡ଼ାଉନ ଜାରି ରହିଥିବା ବେଳେ ରିଦ୍ଧିମା ତାଙ୍କ ପିତାଙ୍କ ଶେଷ ଦର୍ଶନ ପାଇଁ କେତେ ବେଳେ ଆସି ପହଞ୍ଚିବେ ତାହା ଦେଖିବାର କଥା।

 

Comments are closed.